ଅଭିଷେକ ବଚ୍ଚନଙ୍କ ନୂଆ ଇନିଂସ୍‌

ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ନିଜ ଆକ୍ଟିଂ କ୍ୟାରିୟରରେ ଏକ ନୂଆ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ଅଭିଷେକଙ୍କୁ ମିଳିଛି ଏକ ତାମିଲ୍‌ ଫିଲ୍ମର ଅଫର । ଦକ୍ଷିଣ ଭାରତର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌.ଶଙ୍କର ୨୨ବର୍ଷ ତଳେ ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ‘ଇଣ୍ଡିଆନ୍‌’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଥିଲେ, ଯାହା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା । ଏବେ ଏହି ଫିଲ୍ମର ରିମେକ୍‌ର ସୁଟିଂ ଆରମ୍ଭ କରିଛନ୍ତି ଏସ୍‌.ଶଙ୍କର । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କୁ ଲିଡ୍‌ ରୋଲରେ ନିଆଯାଇଥିବା ଖବର ମିଳିଛି ।

‘ଇଣ୍ଡିଆନ୍‌-୨’ ମାଧ୍ୟମରେ ଅଭିଷେକ ବଚ୍ଚନ ତାମିଲ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛନ୍ତି । ଏହି ଫିଲ୍ମରେ କମଲ ହାସନଙ୍କ ବ୍ୟତୀତ ତାମିଲ ଷ୍ଟାର୍‌ ସିମ୍ବୁଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ବୋଲି ପୂର୍ବରୁ ଖବର ଆସିଥିଲା । ମାତ୍ର ସିମ୍ବୁ ଏଥିରୁ ଓହରି ଯାଇଥିଲେ ।

ତା’ପରେ ସେହି ଚରିତ୍ରରେ ନିର୍ଦ୍ଦେଶକ ଏସ୍‌. ଶଙ୍କର ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାରଙ୍କୁ ଅଫର୍‌ ଦେଇଥିଲେ । କିନ୍ତୁ ସମୟ ଅଭାବରୁ ଅକ୍ଷୟ ଓ ଅଜୟ ଫିଲ୍ମ ପାଇଁ ମନା କରିଥିଲେ । ତା’ପରେ ଅଭିଷେକ ବଚ୍ଚନଙ୍କୁ ଏହି ଅଫର ମିଳିଥିଲା । ଏବେ ଅଭିଷେକଙ୍କ ହାତରେ ସେତେ ବେଶୀ କାମ ନ ଥିବାରୁ ସେ ଏଥିପାଇଁ ସହଜରେ ରାଜି ହୋଇଯାଇଛନ୍ତି । ଏହି ପିଲ୍ମରେ କାଜଲ ଅଗ୍ରଓ୍ଵାଲଙ୍କୁ ହିରୋଇନ୍‌ ଭାବେ ଦେଖାଯିବ ।

Related Posts