ଗୁଲାମ ନବି ଆଜାଦଙ୍କୁ ପଦ୍ମ ପୁରସ୍କାର ପ୍ରଦାନକୁ ନେଇ ଜୟରାମ ରମେଶଙ୍କ କଟାକ୍ଷକୁ କରଣ ସିଂହଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସ୍ୱାଧୀନତା ଦିବସ ଅବସରରେ ମୋଦି ସରକାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କୁ ପଦ୍ମଭୂଷଣ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାହିଁକିନା ମୋଦି ସରକାରରେ ଗୁଲାମ ନବି ଆଜାଦ ହେଉଛନ୍ତି ପ୍ରଥମ କଂଗ୍ରେସ ନେତା ଯିଏ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଯାଉଛନ୍ତି । ଏନେଇ କଂଗ୍ରେସ ଦଳରେ ମଧ୍ୟ ଫାଟ ସୃଷ୍ଟି ହେବାରେ ଲାଗିଥିଲା । କିଏ ଏହା ସପକ୍ଷରେ ବାହାରୁଥିବାବେଳେ ଆଉ କିଏ ଏହାକୁ ବିରୋଧ କରି ଗୁଲାମ ନବି ଆଜାଦଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଥିଲେ । ଏହା ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶଙ୍କ କଟାକ୍ଷର ଜବାବ ଦେଇଛନ୍ତି କରଣ ସିଂହ । ତେବେ ଗୁଲାମ ନବି ଆଜାଦ ପଦ୍ମଭୂଷଣ ପାଇବା ପରେ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ କଟାକ୍ଷ କରିଥିଲେ ।

‘ତମେ ଆଜାଦ ଗୁଲାମ ନୁହଁ’ ବୋଲି କଟାକ୍ଷ କରି ଜୟରାମ ରମେଶ କହିଥିଲେ । କିନ୍ତୁ ଏହି କଟାକ୍ଷର କଡ଼ା ଜବାବ କରଣ ସିଂହ ଦେଇଥିବାର ଦେଖିବାକୁ ମିଳିଛି । କୌଣସି ଦଳର ନେତା କୌଣସି ସମ୍ମାନ ପାଆନ୍ତି, ତାହାଲେ ଅନ୍ୟମାନେ ତାଙ୍କୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇବା ଆବଶ୍ୟକ । ଜାତୀୟ ପୁରସ୍କାର କୌଣସି ପାର୍ଟିର ବିବାଦୀୟ ବିଷୟ ହେବା ଉଚିତ ନୁହେଁ ବୋଲି କଟାକ୍ଷର ଜବାବ ଦେଇ କରଣ ସିଂହ କହିଛନ୍ତି । ଅନ୍ୟପଟେ ପୂର୍ବତନ ବେଙ୍ଗଲ ସିଏମ ବୁଦ୍ଧଦେବ ଭଟ୍ଟାଚାର୍ଜୀଙ୍କ ପଦ୍ମ ଭୂଷଣ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା କଥା ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ଜୟରାମ ରମେଶ ଏକ ପୋଷ୍ଟ ସେୟାର କରିଥିଲେ । ତେବେ ସେ ଆଜାଦ, ଗୁଲାମ ନୁହନ୍ତି ବୋଲି ଏହି ପୋଷ୍ଟରେ ଲେଖିଥିଲେ । ଯାହା ଗୁଲାମ ନବି ଆଜାଦଙ୍କୁ କଟାକ୍ଷ କରୁଥିବାର ବୁଝା ପଡ଼ୁଥିଲା ।

Related Posts