ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଏକ ବର୍ଷରୁ ଅଧିକ ସମୟଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଆସୁଥିଲେ । ଏହି ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ହେଉଛନ୍ତି କୃଷକ ନେତା ରାକେଶ ଟିକାୟତ । କେନ୍ଦ୍ର ସରକାରଙ୍କୁ କୃଷି ଆଇନକୁ ଫେରାଇ ନେବା ପାଇଁ କୃଷକ ନେତା ଅନେକଥର ଶାସକ ଦଳକୁ ଟାର୍ଗେଟ କରି ଆସୁଥିଲେ । ଶେଷରେ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୃଷକନେତା ରାକେଶ ଟିକାୟତଙ୍କର କେନ୍ଦ୍ର ସରକାରଙ୍କ ଉପରେ ନରମ ହୋଇନାହାନ୍ତି । କାହିଁକିନା ଭାରତୀୟ ଜନତା ପାର୍ଟି କୃଷକ ସହ ଅଛି ବୋଲି କେନ୍ଦ୍ର ସରକାର କହିଆସୁଛନ୍ତି । ଏହା ସହ କୃଷକମାନେ ବିଜେପିରେ ଖୁସି ରହିବେ ।
ସମାଜବାଦୀ ପାର୍ଟିରେ ଖୁସି ରହିପାରିବେ ନାହିଁ ବୋଲି କହିଥିଲେ । ହେଲେ ଭାରତ ସରକାର ନିଖୋଜ ଅଛନ୍ତି । ପ୍ରାୟ ଏକ ବର୍ଷ ଧରି ଆମେ ଖୋଜୁଛୁ ହେଲେ ପାଉ ନାହୁଁ ବୋଲି କୃଷକନେତା ସରକାରଙ୍କ ଏହି ବିବୃତ୍ତିର ଜବାବରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଗତବର୍ଷ ଜାନୁଆରୀ ୨୨ ତାରିଖରୁ ଆମେ ଭାରତ ସରକାରଙ୍କୁ ଖୋଜୁଛୁ ଏବଂ ଭାରତ ସରକାର କେଉଁଠାରେ ରୁହନ୍ତି ତାହା ଖୋଜୁଛୁ। ଗୋଟିଏ ବର୍ଷରୁ ଆମେ ଏହାକୁ ପାଇନାହୁଁ । ଯଦି ଆପଣଙ୍କ କୌଣସି ସ୍ଥାନରେ ସାକ୍ଷାତ କରନ୍ତି ତାହାଲେ ନିଶ୍ଚିତ ଭାବରେ ଆମକୁ କୁହନ୍ତୁ, ଆମେ ସେମାନଙ୍କୁ ଭେଟିବାକୁ ଚାହୁଁ ବୋଲି କୃଷକନେତା ରାକେଶ ଟିକାୟତ କହିଛନ୍ତି ।
