ବସ୍ କଣ୍ଡକ୍ଟରରୁ ଆଇ.ଏ.ଏସ୍ ସ୍ବପ୍ନ

ବାଙ୍ଗାଲୁର(ସତ୍ୟପାଠ ବ୍ୟୁରୋ):- ବସ୍ କଣ୍ଡକ୍ଟରରୁ ଆଇ.ଏ.ଏସ ହେବାର ସ୍ବପ୍ନ କଥାଟା ଅବିଶ୍ବାସ ହେଲେବି ସତ୍ୟ ହେବାକୁ ଯାଉଛି ବାଙ୍ଗାଲୁରର ଏନ.ସି. ମଧୁଙ୍କ କ୍ଷେତ୍ରରେ । ଦୃଢ ଇଚ୍ଛଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ଜଗତରେ ଯେ ସବୁ ସମ୍ଭବ ଏକଥାକୁ ପ୍ରମାଣିତ କରି ବାକୁ ଯାଉଛନ୍ତି ଏହି ୨୯ ବର୍ଷିୟ ବସ୍ କଣ୍ଡକ୍ଟର ।

ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ସମସ୍ତଙ୍କର ସ୍ବପ୍ନ ଥିଲେବି ଖୁବ୍ କୁଚିତ୍ ଲୋକଙ୍କ ଭାଗ୍ୟରେ ଜୁଟିଥାଏ । ଏଥିପାଇଁ ଦରକାର କଠିନ ପରିଶ୍ରମ ଯାହା କରି ଦେଖାଇଛନ୍ତି ଏନ.ସି. ମଧୁ । ବସରେ କଣ୍ଡକ୍ଟର ଭାବରେ ଦୈନିକ ୮ ଘଣ୍ଟାର ଡ୍ୟୁଟି ପରେ ୫ ଘଣ୍ଟାର ନିୟମିତ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଦ୍ବାରା ଏହା ସମ୍ଭବ ହୋଇଛି । ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ସାକ୍ଷାତକାର୍ ପାଇଁ ପ୍ରସ୍ତୁତ ହେଉଥିବା ମଧୁ କହନ୍ତି ଯଦି ସଫଳ ହୁଏ ତା’ହେଲେ ତାଙ୍କର ବହୁ ଦିନର ସ୍ବପ୍ନ ସାକାର ହେବ । ମଧୁ ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର କଲେଜ ପଢୁଆ ବ୍ୟକ୍ତି କିନ୍ତୁ ଆର୍ଥିକ ବୋଝକୁ ମୁଣ୍ଡାଇବାକୁ ଯାଇ ତାଙ୍କୁ କଣ୍ଡକ୍ଟର ଭାବରେ କାର୍ଯ୍ୟ କରିବାକୁ ପଡୁଛି ବୋଲି କହନ୍ତି । ସବୁ ଭିତରେ ଦୃଢ ଇଚ୍ଛାଶକ୍ତି ଆଉ କଠୋର ପରିଶ୍ରମ ଦ୍ବାରା ସଫଳତାର ଶିର୍ଷରେ ପହଞ୍ଚି ହେବ ଏହା ମଧୁଙ୍କ ଜୀବନ ଯାତ୍ରାରୁ ସହଜରେ ବୁଝି ହେଉଛି ।

Related Posts