ଭୁବନେଶ୍ବରରେ CAAକୁ ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ମୁସଲିମ୍‌ ସମ୍ପ୍ରଦାୟର ଗର୍ଜନ ।  କେନ୍ଦ୍ର ସରକାରଙ୍କ ଏକଚାଟିଆ ନିଷ୍ପତ୍ତି ବିରୋଧରେ ଭୁବନେଶ୍ବରରେ ଏକାଠି ହେଲେ ହଜାର ହଜାର ମୁସଲିମ ସମ୍ପ୍ରଦାୟର ଲେକେ ।  ହାତରେ ପ୍ଲାକାର୍ଡ ଧରି ସି.ଏ.ଏ ଏବଂ ଏନ.ଆର.ସି ବିରୋଧୀ ନାରା ଦେଲେ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି । ଏହାକୁ ସମର୍ଥନ କରିଛନ୍ତି ପ୍ରଦେଶ କଂଗ୍ରେସ ଏବଂ ବିଭିନ୍ନ ବାମଦଳ । ପ୍ରଦର୍ଶନୀ ପଡିଆଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ରାଲି 4 ନମ୍ବର ମସଜିଦ୍ ରାସ୍ତା ଦେଇ ପି.ଏମ.ଜିରେ ପହଞ୍ଚିଥିଲା ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଭୁବନେଶ୍ବରରେ ଏଭଳି ଏକ ପ୍ରତିବାଦ କରାଯାଇଥିଲା । ଆଗାମୀ ବଜେଟ ଅଧିବେଶନରେ ଏହି ଆଇନକୁ ପ୍ରତ୍ୟାହାର ପାଇଁ ଚାପ ସୃଷ୍ଟି କରିବା ସହ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବାକୁ ଆଜି ମୁସଲିମ୍ ସଙ୍ଗଠନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ।

Related Posts