କେନ୍ଦ୍ରାପଡା ସାଂସଦଙ୍କନାଁରେ ଏତଲା !

ଭୁବନେଶ୍ବର : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ଏତଲା ଦେଲା ବିଜ୍ଞାପନ ସଂସ୍ଥା । 11 ଲକ୍ଷ 35 ହଜାର ଟଙ୍କା ବାକି ପଡିଥିବା ଅଭିଯୋଗ ହୋଇଛି। ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆ ନାମକ କମ୍ପାନୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ।

ଗତ ନିର୍ବାଚନରେ ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୩୨ଲକ୍ଷ୫୬ହଜାର ଟଙ୍କାର କାମ କରାଇଥିବାବେଳେ ବର୍ତମାନ ସୁଦ୍ଧା ୧୧ଲକ୍ଷ ୩୫ ହଜାର ଟଙ୍କା ବାକି ରଖିଥିବା ଅଭିଯୋଗ କରିଛନ୍ତି ସ୍ମୃତି ରଂଜନ । ବାରମ୍ବାର ମାଗିବା ପରେ ଟଙ୍କା ନମିଳିବାରୁ ଆଜି ଅନଲାଇନ ଯୋଗେ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି । ଏହାର ନକଲ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଇଥିବା କହିଛନ୍ତି ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ ।

 

Related Posts