କରୋନା କବଜାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ

ବେଙ୍ଗାଲୁରୁ : କରୋନା କବଜାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ଦିଲ୍ଲୀ ଗସ୍ତ ବାତିଲ ହୋଇଛି। ସେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଆଜାଦିକା ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ଯୋଗ ଦେଇଥାନ୍ତେ। ଏହା ଛଡା ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ସପ୍ତମ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତେ।

ବୋମାଇ ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ଗସ୍ତରେ ଆସିଥିଲେ। ଏହି ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥାଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ବୋମାଇ କରୋନା ପଜିଟିଭ ହୋଇଥିବା ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ଏ ନେଇ ଶନିବାର ପୋଷ୍ଟ କରିଥିବା ଟ୍ୱିଟ୍‌ରେ ମୁଁ କରୋନା ସଂକ୍ରମିତ ହୋଇଥିବା ଓ ଶରୀରରେ ହାଲୁକା ଲକ୍ଷଣ ଥିବା ସୂଚିତ କରିଛନ୍ତି। ନିଜ ଘରେ ନିଜକୁ ମୁଁ ଆଇସୋଲେସନ କରିଛି। ତେବେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନେ ନିଜକୁ ନିଜେ ଆଇସୋଲେଟ କରିବା ସହ କୋଭିଡ ପରୀକ୍ଷଣ କରାଇ ନିଅନ୍ତୁ ବୋଲି କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଜାନୁୟାରୀ ୨୦୨୨ରେ ତାଙ୍କୁ କୋରନା ହୋଇଥିଲା।

Related Posts