ନୂଆ ଅବକାରୀ ନୀତି ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ, ୧୧ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ ପଲିସିରେ ଦୁର୍ନୀତି ଅଭିଯୋଗ ଆଧାରରେ ଏକ୍ସାଇଜ କମିଶନର ଆରଓ୍ବ ଗୋପୀ କୃଷ୍ଣ, ତତ୍କାଳୀନ ଏକ୍ସାଇଜ କମିଶନର ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏକ୍ସାଇଜ ପଲିସି ଲାଗୁ କରିବାରେ ବିଳମ୍ବ ବିଷୟରେ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଭିଜିଲାନ୍ସକୁ ଅନୁମୋଦନ କରିଛନ୍ତି।

ଏହାପୂର୍ବରୁ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ତଥା ଏକ୍ସାଇଜ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପ୍ରଥମ ଥର ସ୍ବୀକାର କରିଛନ୍ତି ଯେ ଦିଲ୍ଲୀ ସରକାର ନୂତନ ଏକ୍ସାଇଜ ପଲିସି ୨୦୨୧-୨୨ ଯୋଗୁ ହଜାର ହଜାର କୋଟି କ୍ଷତି ସହିଛନ୍ତି। ଏହା ସହ ମନୀଷ ଏହି ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି।

Related Posts