କର୍ଣ୍ଣାଟକ ନାଟକର ଅନ୍ତଃ : ଭାଙ୍ଗିଗଲା କୁମାରସ୍ବାମୀ ସରକାର

ସତ୍ୟପାଠ ବ୍ୟୁରୋ : ଅନାସ୍ଥା ଭୋଟରେ ହାରିଗଲେ କୁମାରସ୍ବାମୀ। ଫ୍ଲୋର ଟେଷ୍ଟରେ ବିଫଳ ହେଲା କଂଗ୍ରେସ – ଜେଡିଏସ୍ ମେଂଟ ସରକାର। ଫଳରେ ଭାଙ୍ଗିଯାଇଛି ମାତ୍ର କେଇ ମାସର କର୍ଣ୍ଣାଟକ ସରକାର। ସାରା ଦେଶର ନଜର ଏହା ଉପରେ ଥିବା ବେଳେ ଆଜି ସଂଧ୍ୟାର ଏହାକୁ ବଡ ଖବର ବୋଲି କୁହାଯାଇପାରେ।

କୁମାରସ୍ବାମୀଙ୍କ ସପକ୍ଷରେ ୯୯ଟି ଭୋଟ ଯାଇଥିବା ବେଳେ ବିପକ୍ଷରେ ଯାଇଛି ୧୦୫ଟି ଭୋଟ। ବିଏସପି ବିଧାୟକ ଆସ୍ଥା ଭୋଟରେ ଭାଗ ନେଇ ନଥିବା ବେଳେ ବିଦ୍ରୋହୀ ବିଧାୟକ ମଧ୍ୟ ଆସ୍ଥା ଭୋଟରୁ ନିଜକୁ ଦୂରେଇ ରଖିଥିଲେ । ବାଚସ୍ପତି ମେଣ୍ଟ ସରକାର ସପକ୍ଷରେ ଭୋଟ ଦେଇଥିବା ସତ୍ତେ୍ୱ ମଧ୍ୟ ଆସ୍ଥା ଭୋଟରେ ପରାଜିତ ହୋଇଥିଲେ କୁମାରସ୍ୱାମୀ । ଆଉ ଏହାସହ ୧୪ ମାସର ସ୍ୱାମୀ ସରକାରରେ ଯବନିକା ପଡିଛି ।

ତେବେ ବେଙ୍ଗାଲୁରୁର ସମସ୍ତ ମଦ ଦୋକାନ ଓ ବାରକୁ ୪୮ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି ଓଏହହି ଇଲାକାରେ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Related Posts