ପାଟକୁରା ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି, ପଛରେ ବିଜୟ

ସତ୍ୟପାଠ ବ୍ୟୁରୋ : ଚାଲିଛି ପାଟକୁରା ଫଳାଫଳ ପାଇଁ ଗଣତି । ସଂଖ୍ୟା ଗଣିତରେ ଏବେ ସୁଦ୍ଧା ଲଗାତର ଭାବେ ବିଜେଡି ଆଗେର ରହିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଂଚମ ଓ ଷଷ୍ଠ ରାଉଣ୍ଡ ଭଳି ସପ୍ତମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଖାତାରେ ୪୨୦୩୭ ଖଣ୍ଡ ଭୋଟ ପଡିଥିବା ବେଳେ ବିଜେପି ପାଇଛି ୩୦୨୪୬ । କଂଗ୍ରେସ ମାତ୍ର ୧୧୦୭ଖଣ୍ଡ ଭୋଟ ପାଇଛି ଏହି ରାଉଣ୍ଡ ସୁଦ୍ଧା । ଏହାସହ ବିଜୟ ମହାପାତ୍ରଙ୍କ ଠାରୁ ବିଜେଡି ପ୍ରାର୍ଥୀନି ୧୧ହଜାରରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି ।

ବର୍ତ୍ତମାନ ଡେରାବିଶ ବ୍ଲକ ଭୋଟ ଗଣତି ଚାଲିଥିବା ଜଣାପଡିଛି । ଏଠାରୁ ବିଜେଡି ଲିଡରେ ରହିବ ବୋଲି କୁହାଯାଉଛି । ତେବେ ମାର୍ଶାଘାଇ ଓ ଗରଦପୁର ଭୋଟ ଗଣତି ବେଳକୁ ଛାତି ଧଡ ଧଡ ଆରମ୍ଭ ହେବ ବୋଲି କାଉଣ୍ଟିଂ ହଲ୍ ବାହାରେ ଚର୍ଚ୍ଚା ହେଉଛି । ଗରଦପୁର ବିଜୟ ମହାପାତ୍ରଙ୍କ ନିଜ ବ୍ଲକ ହୋଇଥିବା ବେଳେ ବିଜେଡି ନେତା ଅତନୁ ସବ୍ୟସାଚ୍ଚୀଙ୍କ ବ୍ଲକ ମଧ୍ୟ । ତେଣୁ ସେଠାରେ ହେଭି ଟକ୍କର ହେବ ବୋଲି ଆଲୋଚନା ହେଉଛି । ସେହିଭଳି ମାର୍ଶାଘାଇର ମାତ୍ର ୭ଟି ପଂଚାୟତ ପାଟକୁରା ନିର୍ବାଚନ ମଣ୍ଡଳୀରେ ଥିବା ବେଳେ ଶେଷ ମୁହୁର୍ତ୍ତରେ ସେହି ୭ଟି ପଂଚାୟତ ହିଁ ହାରଜିତ୍ ନିର୍ଦ୍ଦାରଣ କରି ପାରନ୍ତି ।

Related Posts