ହିଜାବ ବିବାଦକୁ ନେଇ ଆଜି କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ, ଏକ ବଡ ରାୟ ଦେଇଛନ୍ତି ମାନ୍ୟବର କୋର୍ଟ | ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବହୁଚର୍ଚ୍ଚିତ ହିଜାବ ବିବାଦ ପରେ ଉଗ୍ର ରୁ ଧାରଣ କରିଥିଲା | ରାଜନୀତି ଠାରୁ ଆରମ୍ଭ କରି ହିଂସା ଦେଖିବାକୁ ମିଳିଥିଲା | କିଛି ଦିନ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଥିଲା । ଏହି ଘଟଣାରେ ନିର୍ଦ୍ଦେଶ ଜାରି କରିଥିଲ ରାଜ୍ୟ ସରକାର । ଶିକ୍ଷାନୁଷ୍ଠାନରେ କେବଳ ନିର୍ଦ୍ଧାରିତ ସ୍କୁଲ ୟୁନିଫର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମୀୟ ପୋଷାକ ପରିଧାନ କରି ସ୍କୁଲ ଆସିବା ଉପରେ କର୍ଣ୍ଣାଟକ ସରକର ପ୍ରତିବନ୍ଧକ ଲଗାଇଥିଲେ ।ଯାହାକୁ ବିରୋଧ କରି ସଂଖ୍ୟାଲଘୁ ପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏକାଧିକ ଥର ଶୁଣାଣି ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚୂଡାନ୍ତ ରାୟ ଆସିପାରି ନଥିଲା । କେବଳ ଅନ୍ତରୀଣ ରାୟ ଅନୁସାରେ, ଶିକ୍ଷାନୁଷ୍ଠାନରେ ପାଠପଢା ଜାରି ରଖିବାକୁ କର୍ଣ୍ଣାଟକ ସରକରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
