କର୍ଣ୍ଣାଟକ ହିଜାବ ବ୍ୟନ୍ ମାମଲା; ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ୧୦ ଦିନ ଧରି ଚାଲିଥିଲା ଶୁଣାଣି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଦୀର୍ଘ ୧୦ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି । କର୍ଣ୍ଣାଟକରେ ହିଜାବ ଉପରେ ଲଗାଯାଇଥିବା ବ୍ୟାନ ଠିକ୍ ନା ଭୁଲ ଏହାରି ଉପରେ ସୁପ୍ରିମକୋର୍ଟ ରାୟ ଦେବେ। ୧୦ ଦିନ ଧରି ଏହି ମାମଲାର ଶୁଣାଣି ପରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂସୁ ଧୂଲିଆଙ୍କ ଖଣ୍ଡପୀଠ ହିଜାବ ବିବାଦ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।ଏନେଇ ଖଣ୍ଡପୀଠ କହିଛନ୍ତି ଯେ, ଏବେ ମଧ୍ୟ ଯେଉଁମାନେ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ସେମାନେ ଦେଇପାରିବେ । ସେପଟେ ଅକ୍ଟୋବର ୧୬ ତାରିଖରେ ଜଷ୍ଟିସ ହେମନ୍ତ ଗୁପ୍ତା ଅବସର ନେଉଥିବାରୁ ତା ପୂର୍ବରୁ ଏହି ମାମଲାର ରାୟ ସାର୍ବଜନୀନ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଏହି ମାମଲାରେ ବୁଧବାର ଦିନ କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ରାଜ୍ୟ ସରକାର ହିଜାବ ପ୍ରତିବନ୍ଧକ ବିବାଦ କୌଣସି ଧାର୍ମିକ ଆସ୍ଥା ଉପରେ କଟକଣା ଲଗାଇ ନାହାଁନ୍ତି । ଏହାସହ ହିଜାବ ପ୍ରତିବନ୍ଧକ କେବଳ ଶ୍ରେଣୀଗୃହ ପର୍ଯ୍ୟନ୍ତ ଲଗାଯାଇଛି । ହେଲେ ଶିକ୍ଷାନୁଷ୍ଠାନ ବାହାରେ ହିଜାବ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନଥିବା କଥା କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ କହିଛନ୍ତି ।

Related Posts