ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଗୁଳି ମାଡ଼ ସହ ବିସ୍ଫୋରଣ: ଅନେକ ଆହତ

ନୂଆଦିଲ୍ଲୀ: ନ୍ୟୁୟର୍କରରେ ଥିବା ମେଟ୍ରୋ ଷ୍ଟେସନରେ ଅଘଟଣ । ଶ୍ରମିକ ପୋଷାକ ପିନ୍ଧି ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳି ମାଡ଼ କରିଛନ୍ତି । ଏଥିସହ ଷ୍ଟେସନ ପାଖରୁ ବିପୁଳ ପରିମାଣର ବିଷ୍ଫୋରକ ଜବତ ହେବା ସହ ଷ୍ଟେସନରେ ବିଷ୍ଫୋରଣ ହେବା ସହିତ ଏହାର ଶବ୍ଦ ମଧ୍ୟ ଶୁଭିଥିଲା। ତେବେ ଏହି ଗୁଳି ମାଡ଼ ଓ ବିସ୍ଫୋରଣ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ନ୍ୟୁୟୋର୍କର ବୃକଲିନ ସବୱେ ଷ୍ଟେସନରେ ପାଖରେ ଏହି ଗୁଳିମାଡ଼ କରାଯାଇଛି । ଏହି ଘଟଣାରେ ଆହତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବୃକଲିନ ସହରର ଅଗ୍ନିଶମ ବିଭାଗ ଏହି ସୂଚନା ଦେଇଛି। ଗୁଳିକାଣ୍ଡ ଓ ବିସ୍ଫୋରକ କରିଥିବା ୨ ଜଣ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ନ୍ୟୁୟର୍କ ପୋଲିସ୍ ଡିପାର୍ଟମେଣ୍ଟ ଟୁଇଟ୍ କରି ଲୋକଙ୍କୁ କହିଛି ଯେ, ଘଟଣାକୁ ନେଇ ଏବେ ଅନୁସନ୍ଧାନ କରାଯାଉଛି, ତେଣୁ କୌଣସି ବି ଲୋକ ୩୬ ତମ ଷ୍ଟ୍ରିଟ୍ ଏବଂ ୪ ନମ୍ବର ଏଭେନ୍ୟୁ ଅଞ୍ଚଳକୁ ଯାଆନ୍ତୁ ନାହିଁ। ଟ୍ବିଟ କରାଯାଇଥିବା ଭିଡିଓରେ ଷ୍ଟେସନ୍‌ରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା ଏବଂ କିଛି କିଛି ସ୍ଥାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ପ୍ରଶାସନ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ସୋସିଆଲ ମିଡିଆରେ କିଛି ଫଟୋରେ ବ୍ରକଲିନ୍ ମେଟ୍ରୋ କୋଚ୍ ଚଟାଣରେ ରକ୍ତଛିଟା ଦେଖିବାକୁ ମିଳିଥିଲା।

ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନେକ ଟ୍ୱିଟର ୟୁଜର ଆଶଙ୍କା ପ୍ରକାଶ କରିଛନ୍ତି। NY1 ଅନୁଯାୟୀ, ଯେଉଁ ଦୁବୃତ୍ତ ଜଣଙ୍କ ଗୁଳିଚାଳନା କରୁଥିଲେ ​‌ସେ ଜଣେ ନିର୍ମାଣ ଶ୍ରମିକଙ୍କ ୟୁନିଫର୍ମ ପିନ୍ଧିଥିଲେ ଏବଂ ମୁହଁରେ ଗ୍ୟାସ ମାସ୍କ ପିନ୍ଧିଥିଲେ। ତେବେ ଏହି ଆକ୍ରମଣରେ କେତେ କଣ କ୍ଷୟକ୍ଷତି ହୋଇଛି, ସେନେଇ କୌଣସି ସୂଚନା ମିଳିପାରିନାହିଁ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Related Posts