ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀଜୀଉ ଆଜି ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଇଥାଏ । ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା ବାଳ ଧୂପ ନାମରେ ପରିଚିତ। ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡ଼ିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି ଓ ପଇଡ଼ ଆଦି ଭୋଗ ଲଗାଯାଇଥାଏ।

ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ଭଜନ ଗାନ ଓ ରାଧାକାନ୍ତ ମଠ ତରଫରୁ ସଙ୍କୀର୍ତ୍ତନ କରାଯାଇଥାଏ। ପ୍ରାତଃ ସକାଳ ଧୂପ ପରେ ମହାପ୍ରଭୁଙ୍କର ଅବକାଶ ନୀତି ହୋଇଥାଏ। ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବାଡ଼ିରେ ମଧ୍ୟ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ। ବିଶେଷ କରି ରାଧାବଲ୍ଲଭ ମଠ ପରିସରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ।

Related Posts