ପାଣି ଉଠାଇବା ବେଳେ କେନାଲରେ ବୁଡ଼ିଗଲେ କାଉଡ଼ିଆ, ଦିନକ ପରେ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ଵ କେନାଲରେ ପାଣି ଉଠାଇବା ବେଳେ କାଉଡ଼ିଆ ଭାସିଯିବା ଘଟଣା। ଦିନକ ପରେ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ତାଳଚେର ଅଞ୍ଚଳର ମହେଶ୍ଵର ବାରିକ।

ସୂଚନାନୁଯାୟୀ, ମହେଶ୍ଵର ବାରିକ ଅଷ୍ଟଶମ୍ଭୁ ମନ୍ଦିରରେ ଜଳାଭିଷେକ କରିବା ପାଇଁ ରେଙ୍ଗାଳି ବାମ ପାର୍ଶ୍ଵ କେନାଲରୁ ପାଣି ଉଠାଇବା ବେଳେ ଅସାବଧାନତା ଯୋଗୁଁ ବୁଡ଼ି ଯାଇଥିଲେ।ଗତକାଲି ଦିନ ସାରା ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ମହେଶ୍ଵରଙ୍କର କୌଣସି ଖୋଜ ଖବର ମିଳିନଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍ ଟିମ୍ ଆଜି ସକାଳେ ଘଟଣାସ୍ଥଳ ଠାରୁ ୫ ଶହ ମିଟର ଦୂରରୁ ମୃତଦେହ ଉଦ୍ଧାର କରିଛି। ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

Related Posts