କେଜରିୱାଲଙ୍କ ମାଗଣା ବିଜୁଳି ପ୍ରତିଶ୍ରୁତିକୁ ସିଦ୍ଧୁଙ୍କ କାଉଣ୍ଟର – ” ପଞ୍ଜାବକୁ କପି ମଡେଲର ଆବଶ୍ୟକତା ନାହିଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବରେ ପାୱାର କଟ୍ କୁ ନେଇ ଏବେ ପୁଣି ଥରେ ରାଜନୀତି ସରଗରମ ହୋଇଛି। ଅମରିନ୍ଦର ସିଂ ସରକାରଙ୍କ ଅଫିସ୍ ଗୁଡିକରେ ବିଦ୍ୟୁତ ଯୋଗାଣ ହ୍ରାସ କରିବା ନିଷ୍ପତ୍ତିକୁ କ୍ୟାପଟେନ ସରକାରଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ୍ ସିଂ ସିଦ୍ଧୁ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ପରାମର୍ଶ ଦେଇଛନ୍ତି। କ୍ୟାପଟେନ ସରକାରଙ୍କୁ ଟାର୍ଗେଟ କରିବା ସହ ସେ କେଜରିୱାଲ ସରକାରଙ୍କୁ ମଧ୍ୟ ନିଶାନା ସାଧିଛନ୍ତି। ନିକଟରେ ପଞ୍ଜାବ ଗସ୍ତରେ ଆସି ରାଜ୍ୟରେ ମାଗଣା ବିଦ୍ୟୁତ ଯୋଗାଇଦେବା ପାଇଁ ଘୋଷଣା କରିଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ ପଞ୍ଜାବର କପି ମଡେଲ ନୁହେଁ ବରଂ ଅରିଜିନାଲ ପଞ୍ଜାବ ମଡେଲର ଆବଶ୍ୟକତା ରହିଛି। ସିଦ୍ଧୁ କହିଛନ୍ତି ଯେ ପଞ୍ଜାବରେ ବିଦ୍ୟୁତ୍ କାଟ୍ ର କୌଣସି ଆବଶ୍ୟକତା ନାହିଁ କିମ୍ବା ଅଫିସ୍ ଟାଇମ୍ ଏବଂ ଏସି ବ୍ୟବହାରକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ନାହିଁ। ସେ ଟ୍ବିଟ୍ କରି କହିଛନ୍ତି, “ପଞ୍ଜାବ ୟୁନିଟ୍ ପିଛା ହାରାହାରି 4.54 ଟଙ୍କାରେ ବିଦ୍ୟୁତ କିଣୁଛି ,ୟୁନିଟ୍ ପିଛା ଜାତୀୟ ହାରାହାରି ହେଉଛି 3.85 ଏବଂ ଚଣ୍ଡିଗଡ଼ ଦେଉଛି 3.44 ଟଙ୍କା । ପଞ୍ଜାବ ବିଦ୍ୟୁତ ପାଇଁ 3 ଟି ଘରୋଇ ଥର୍ମାଲ ପ୍ଲାଣ୍ଟ ଉପରେ ନିର୍ଭରଶୀଳ। ଏବଂ ଏହି 3 ଘରୋଇ ଥର୍ମାଲ ପ୍ଲାଣ୍ଟକୁ ୟୁନିଟ୍ ପିଛା 5-8 ଟଙ୍କା ଦେବାକୁ ପଡୁଛି। ଯାହା ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଅଧିକ । ବିଜୁଳି ସଙ୍କଟ ପାଇଁ ସେ ଅକାଳୀ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଅତୀତରେ ରାଜ୍ୟର ବାଦଲ ସରକାର ବିଦ୍ୟୁତ ଲାଗି କରିଥିବା ପିପିଏ ଚୁକ୍ତିନାମା ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବୋଝ ପାଲଟିଛି। ସେପଟେ ପିପିଏ ଚୁକ୍ତିକୁ ଆଇନଗତ ସଂରକ୍ଷଣ ମିଳିଛି। ଏଣୁ ସରକାର ଚାହିଁଲେ ମଧ୍ୟ ପିପିଏକୁ ନେଇ ପୁଣିଥରେ ନୂଆକରି କଥାବାର୍ତ୍ତା କରିପାରୁନାହାନ୍ତି। ଏଥିରେ ମଧ୍ୟ ଅନ୍ୟ ଉପାୟ ଅଛି, ତାହା ହେଉଛି ବିଦ୍ୟୁତ କ୍ରୟ ବାବଦ ବ୍ୟୟ କାଟ୍‌ ଲାଗି ଆଇନରେ ସରକାର ସଂଶୋଧନ କରିପାରିବେ। ଯେଉଁଥିରେ ପଞ୍ଜାବ ନିଜ ଲାଗି ଓରିଜିନାଲ ପାୱାର ମଡେଲ ମଧ୍ୟ କରିପାରିବ ବୋଲି ଉଲ୍ଲେଖ କରିଛନ୍ତି। ବିଦ୍ୟୁତ ସଙ୍କଟକୁ ଦୂର କରିବା ପାଇଁ ପରାମର୍ଶ ଦେଇ ସେ ଟୁଇଟ୍ କରି କହିଛନ୍ତି, “ପଞ୍ଜାବ ବହୁତ ଶସ୍ତା ଦରରେ ନ୍ୟାସନାଲ ଗ୍ରୀଡରୁ ଶକ୍ତି କ୍ରୟ କରିପାରିବ, କିନ୍ତୁ ଏହି ବାଦଲ ସରକାରଙ୍କ ସ୍ୱାକ୍ଷରିତ PPA ଚୁକ୍ତି ଏଵେ ପଞ୍ଜାବର ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି। ମାନ୍ୟବର କୋର୍ଟଙ୍କ ଠାରୁ ଆଇନଗତ ସୁରକ୍ଷା ଥିବାରୁ ପଞ୍ଜାବ ଏହି PPA ଚୁକ୍ତି ପୁନଃ ବୁଝାମଣା କରିବାରେ ବାଧା ସୃଷ୍ଟି କରିପାରେ ବୋଲି କହିଛନ୍ତି। ସେ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲର ମଧ୍ୟ ଆଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ “ପଞ୍ଜାବ ସରକାର ପୂର୍ବରୁ 9,000 କୋଟି ଟଙ୍କାର ବିଦ୍ୟୁତ ସବସିଡି ଦେଇଛନ୍ତି କିନ୍ତୁ ଦିଲ୍ଲୀ ସରକାର ମାତ୍ର 1,699 କୋଟି ବିଦ୍ୟୁତ ସବସିଡି ପ୍ରଦାନ କରୁଛନ୍ତି । ଯଦି ପଞ୍ଜାବ ଦିଲ୍ଲୀ ମଡେଲକୁ କପି କରେ, ତେବେ ଆମେ ମାତ୍ର 1600-2000 କୋଟି ଟଙ୍କାର ସବସିଡି ପାଇବୁ । ପଞ୍ଜାବର ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ – ପଞ୍ଜାବ ଦିଲ୍ଲୀର କପି ମଡେଲ ନୁହେଁ ବରଂ ଅରିଜିନାଲ ମଡେଲ ଦରକାର।

Related Posts