କେରଳ ପୋଲିସ ର କ୍ରସ ଦ ଓ୍ଵେଭ୍ ମ୍ୟୁଜିକ ଭିଡିଓ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମୁକାବିଲାରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ “କ୍ରସ ଦ ଓ୍ଵେଭ୍ ” ନାମରେ ଏକ ମ୍ୟୁଜିକ ଭିଡିଓ ଭାଇରାଲ ହେଉଛି। ଏହାକୁ କେରଳ ଷ୍ଟେଟ ପୋଲିସ ମିଡ଼ିଆ ସେଣ୍ଟର ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଭିଡ଼ିଓ ଏଵେ ସୋସିଆଲ ମିଡ଼ିଆ ରେ ଜଵରଦସ୍ତ ହିଟ୍ ହୋଇଛି। ୟୁଟ୍ୟୁବ୍ ରେ ଭିଡିଓର ଭିୟୁରସିପ୍ ଏକ ମିଲିୟନ ରୁ ଅଧିକ ହେଲାଣି। ଏହି ଦ୍ବିତୀୟ ମ୍ୟୁଜିକ୍ ଭିଡିଓ ରେ ଏସପିଏମସିର ନଅ ଜଣ ପୋଲିସ ଡ୍ୟାନ୍ସ କରିଛନ୍ତି। ପ୍ରଥମ ଭିଡିଓରେ ରାଜ୍ୟ ସରକାରଙ୍କ ‘ବ୍ରେକ୍ ଚେନ୍’ ଅଭିଯାନକୁ ପ୍ରମୋଟ୍ କରିବା ସହ ସଚେତନତା ସୃଷ୍ଟି କରିଥିଲା। ତେବେ ଦ୍ବିତୀୟ ମ୍ୟୁଜିକ୍ ଭିଡିଓ ମହାମାରୀର ଦ୍ୱିତୀୟ ଲହରରେ ଚାଲିଥିବା ‘କ୍ରସ୍ ୱେଭ୍’ ଅଭିଯାନ ସହିତ ମେଳ ଖାଉଛି। ପ୍ରାୟ ଏକ ବର୍ଷ ପୂର୍ବେ କେରଳ ପୁଲିସ୍ ର ‘ହ୍ୟାଣ୍ଡ-ୱାଶ୍ ଡ୍ୟାନ୍ସ’ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା। ଉଲ୍ଲେଖଯୋଗ୍ୟ କଥା ହେଉଛି କେରଳର ପୋଲିସ ଡିଜି ହେଉଛନ୍ତି ଜଣେ ଓଡିଆ ଶ୍ରୀ ଲୋକନାଥ ଵେହେରା। “ଯେତେବେଳେ ରାଜ୍ୟ ସରକାର ଦ୍ୱିତୀୟ ଲହର ସହ ମୁକାବିଲା ପାଇଁ ଅଣ୍ଟା ଭଡିଥିଲେ ସେହି ସମୟରେ ଆମେ ଚେଷ୍ଟା କରିଥିଲୁ ଯେ କିପରି ସାହାଯ୍ୟ କରି ପାରିବୁ। ଆମେ ଅନୁଭବ କଲୁ ଯେ 30 ବର୍ଷରୁ କମ୍ ବୟସର ଯୁବକମାନେ କୋଭିଡ୍ ପ୍ରୋଟୋକଲ୍ ପାଇଁ ଟାର୍ଗେଟ୍ ହେବା ଉଚିତ ଏବଂ ଏଥିପାଇଁ ତାମିଲ ଚାର୍ଟ-ବଷ୍ଟର୍ ର “ଏଞ୍ଜ୍ଏ ଏଞ୍ଜାମି ” ସଙ୍ଗୀତ କୁ ନିଆଯାଇଥିଲା ଯାହାକୁ ସିଙ୍ଗର୍ ଧୀ ଏବଂ ରାପର ଆରିଭୁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏବଂ ଗୀତଟି ବଡ଼ ହିଟ୍ ହୋଇଥିଲା ” ବୋଲି ଏସପିଏମସିର ଡେପୁଟି ଡାଇରେକ୍ଟର, ଭି.ପି. ପ୍ରମୋଦ କୁମାର କହିଛନ୍ତି। ଦେଢ ମିନିଟର ଲମ୍ବା ଭିଡିଓ ପାଇଁ ଏସପିଏମସିର ଅନ୍ୟତମ ପୋଲିସ୍ ହେମାନଥ ଆର ନାୟାରଙ୍କ ପତ୍ନୀ ଆଫ୍ରିକୀୟ ଲୋକ ସଂଗୀତରୁ ଲେଖିଥିଲେ। ଏବଂ ଅନ୍ୟ ଦୁଇଟି ଟିମ୍ ଗୀତ ଗାଇବା ଏବଂ ରେକର୍ଡିଂ କରିବା ପାଇଁ ଏବଂ ଅନ୍ୟଟି କୋରିଓଗ୍ରାଫି ପାଇଁ ନିୟୋଜିତ ହୋଇଥିଲେ । ପାଞ୍ଚ ଜଣ ମହିଳା ବାସ୍କେଟବଲ ଖେଳାଳି, କଣ୍ଟ୍ରୋଲ ରୁମରୁ ତିନି ଜଣ ଏବଂ ରାଜ୍ୟ ଶିଳ୍ପ ସୁରକ୍ଷା ବାହିନୀର ନଅ ଜଣ ପୋଲିସ ଦ୍ୱାରା ଏହି ନୃତ୍ୟ ପରିବେଷଣ କରାଯାଇଥିଲା। ଭିଡିଓଟି ମୁଖ୍ୟତଃ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ବଜାୟ ରଖିବା ଏବଂ ଟୀକାକରଣ ପ୍ରକ୍ରିୟାରେ ସାମିଲ ହେବା ସହ ମହାମାରୀର ଦ୍ୱିତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ କରାଯାଇଛି। ଶ୍ରୀ କୁମାର କହିଛନ୍ତି, “ ତିନି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଭିଡିଓଟିକୁ ଏସପିଏମସିର ସମସ୍ତ ଚାରୋଟି ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଅପଲୋଡ୍ କରାଯାଇଥିଲା।” ଫେସବୁକରେ 17,000 ଲାଇକ୍, ପ୍ରାୟ 10,000 ସେୟାର ଏବଂ ପ୍ରାୟ 4 ଲକ୍ଷ ଭିୟୁରସିପ୍ ମିଳିଛି।

Related Posts