ବଢିବାରେ ଲାଗିଛି ଖରସ୍ରୋତା ଜଳ ବିବାଦ ପ୍ରସଙ୍ଗ; ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

kharasrata

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ରାଜ୍ୟରେ ଦିନକୁ ଦିନ କେନ୍ଦ୍ରପଡା ଜିଲ୍ଲାର ଖରସ୍ରୋତା ଜଳ ବିଦାଦ ବଢିବାରେ ଲାଗିଛି । ତେବେ ରାଜ୍ୟ କଂଗ୍ରେସ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଥିବାର ସୂଚନା ମିଳିଛି । ଏନେଇ ଭୁବନେଶ୍ୱରରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ୩ଟି ଦାବି ରଖି ଏକ ସ୍ମାରକପତ୍ର ପ୍ରଦାନ କରିଛି। କଂଗ୍ରେସର କହିବାନୁସାରେ, ଜଳ ଆବଣ୍ଟନରେ କୌଣସି ଅସୁବିଧା ନାହିଁ ।

ହେଲେ ବ୍ୟରେଜ ନିର୍ମାଣ ନକରାଯାଇ ଯଦି ଘରୋଇ କମ୍ପାନୀକୁ ଜଳ ବଣ୍ଟନ କରାଯାଏ ତାହେଲେ ଦଳ ଏହାରୁ ଘୋର ବିରୋଧ କରିବ। ସେହିପରି ଚାଷ ନିମନ୍ତେ ଜମିକୁ ପାଣି ଯିବାକୁ କୌଣସି ଅସୁବିଧା ନହୁଏ ତା ଉପରେ ଧ୍ୟାନ ଦିଆଯିବା ଉଚିତ । ଏହାସହ ରାଜ୍ୟ ସରକାର କଣ ପାଇଁ ନିର୍ମାଣ କାର୍ଯ୍ୟା କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ଓ ବିଭିନ୍ନ ସ୍ଥାନରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ଦୃଢ ବିରୋଧ କରୁଥିବା କହିଛି ।

Related Posts