ପ୍ରଣବ ମୁଖାର୍ଜୀ, ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ

ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ । ଭାରତ ରତ୍ନ ପାଇବେ 3 ଜଣ ବିଶିଷ୍ଟ ବ୍ୟକ୍ତି । ଏମାନେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୂପେନ ହଜାରିକା ।

କଂଗ୍ରେସ ଦଳରେ ବହୁ ଦଶକ ଧରି ରହିଥିବା ପ୍ରଣବ ମୁଖାର୍ଜୀ ଏକାଧିକ ଥର କେନ୍ଦ୍ର ମନ୍ତ୍ରୀ ରହିବା ପରେ ଶେଷରେ ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପଦବୀରେ ଆସୀନ ହୋଇଥିଲେ । ସଂଗୀତଜ୍ଞ, ଫିଲ୍ମ ନିର୍ମାତା, ଗାୟକ ଭାବେ ସୁପ୍ରସିଦ୍ଧ ଆସାମର ଭୂପେନ ହଜାରିକା ପୂର୍ବରୁ ପଦ୍ମଶ୍ରୀ, ପଦ୍ମଶ୍ରୀ ଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ସେହିପରି ମରଣୋତ୍ତର ଭାବେ ଭାରତ ରତ୍ନ ପାଇବେ ନାନାଜୀ ଦେଶମୂଖ । ନାନାଜୀ ଦେଶମୁଖ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ । ଭାରତୀୟ ଜନସଂଘର ସଦସ୍ୟ ରହିଥିବା ନାନାଜୀ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ସେ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Related Posts