କେଜ୍ରିୱାଲଙ୍କ ମଫଲର ଓ ଭଗବନ୍ତଙ୍କର ପଗଡ଼ି ପିନ୍ଧି ଆପକୁ ସମର୍ଥନ ଜଣାଉଛନ୍ତି କୁନି ଶିଶୁ; ଭାଇରାଲ ହେବାରେ ଲାଗିଛି ଫୋଟ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଆଦମି ପାର୍ଟିରେ ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ସହ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଆମ ଆଦମି ପାର୍ଟି ସରକାର ଗଠନ କରିବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ଆପ ୧୧୭ ମଧ୍ୟରୁ ୯୦ ଟି ଆସନରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ କୁନି ଶିଶୁର ଫୋଟ ଭାଇରାଲ ହେବାରେ ଲାଗିଛି । ଏହି ପିଲାଟି ଆପ ସମର୍ଥକଙ୍କ ପୁଅ । ସେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଦଳର ପଞ୍ଜାବ ସିଏମ ପ୍ରାର୍ଥୀ ଭଗବନ୍ତ ମାନଙ୍କ ପରି ପଗଡି ପିନ୍ଧିଥିବାର ନଜର ଆସିଛନ୍ତି।

ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଶୁର ଏହି ଚିତ୍ର ବିଷୟରେ ସୋସିଆଲ ମିଡିଆରେ ମଧ୍ୟ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦିଆଯାଉଛି । ସେପଟେ ଆପ କହିଛି ଯେ ପଞ୍ଜାବରେ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ସଫଳ ହୋଇଛି। ସୁଖ ପ୍ରକାଶ କରି ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଡିଆ କହିଛନ୍ତି ଯେ ସଚ୍ଚୋଟତା, ଉତ୍ତମ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଦେଶର ନୀତିକୁ ଦେଶ ପସନ୍ଦ କରୁଛି। ଆଜି କେଜ୍ରିୱାଲ ମଡେଲ ଜାତୀୟ ସ୍ତରରେ ସଫଳତା ପାଇଛନ୍ତି।

Related Posts