ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏବେ ସାରା ରାଜ୍ୟ ଉଠୁଛି ପଡୁଛି। ଧୀରେ ଧୀରେ ଯେତେ ଗୁମର ଖୋଲୁଛି ସେତେ ନେତା ଓ ବଡବଡ଼ିଆଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି। ସେପଟେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା। ଏହି ଜମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ଏଥିପାଇଁ ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି ।
ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନିଜ ମାୟା ଜାଲରେ ନେତା, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଫିଲ୍ମ ପ୍ରଯୋଜକଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏବେ ସୋସିଆଲ୍ ମିଡିଆରେ ଅର୍ଚ୍ଚନାଙ୍କ ନାଗଫାସରେ ଫସିଥିବା ଅନେକ ବଡ଼ ବଡ଼ିଆଙ୍କ ନାଁ ଘୁରି ବୁଲୁଛି । ସେପଟେ ଅର୍ଚ୍ଚନାଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗି ପଡ଼ିଛି ଖଣ୍ଡଗିରି ଥାନା ପୋଲିସ। ଏନେଇ ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଏଥିରେ ସମ୍ପୃକ୍ତ ଥିବା ଅନେକ ଲୋକଙ୍କୁ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି।
