ଲଖିମପୁର ଖେରୀ ମାମଲା; ବିଜେପି କର୍ମୀ ଓ କୃଷକଙ୍କ ମୃତ୍ୟୁ ଅଭିଯୋଗରେ ଚାରିଜଣ କୃଷକଙ୍କ ନାମରେ ଚାର୍ଜସିଟ ଦାଖଲ କଲା ଏସଆଇଟି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଲଖିମପୁର ଖେରୀ ମାମଲାର ଚର୍ଚ୍ଚା ଦେଶରେ ଥମିବାରେ ନାଁ ନେଉନି । କିଏ ଏଘଟଣାରେ ବିଜେପି ନେତାଙ୍କୁ ଟାର୍ଗେଟ କରୁଛି ତ ଆଉ କିଏ ଘଟଣା ପଛରେ କୃଷକଙ୍କ ହାତ ରହିଛି ବୋଲି କହିଆସୁଛି । ଏହା ମଧ୍ୟରେ ଏଘଟଣାକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ପୁଲିସ ଚାରିଜଣ ଚାଷୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହା ହେଉଛି ଦ୍ୱିତୀୟ ଚାର୍ଜସିଟ୍ ଯାହା ହିଂସା ସଂପର୍କରେ ଦାଖଲ ହୋଇଛି । ଜାନୁଆରୀ ୩ ତାରିଖରେ ଦାଖଲ ହୋଇଥିବା ପ୍ରଥମ ଚାର୍ଜସିଟରେ ଚାରିଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ନାମକୁ କଟାଯାଇଥିଲା । ଏବଂ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ଦ୍ୱିତୀୟ ଚାର୍ଜସିଟରେ ଉତ୍ତରପ୍ରଦେଶ ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଚାରି ଜଣଙ୍କ ନାମ ରଖିଛନ୍ତି। ସେମାନେ ହେଲେ ବିଚିତ୍ର ସିଂହ, ଗୁରବିନ୍ଦର ସିଂହ, କମଲଜିତ ସିଂହ ଏବଂ ଗୁରପ୍ରୀତ ସିଂହ ବୋଲି ଏସପି ଯାଦବ କହିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ବିଜେପି ନେତା ସମିତ ଜୟସ୍ୱାଲଙ୍କ ଅଭିଯୋଗକ୍ରମେ ପୁଲିସ କେତେଜଣ ଚାଷୀଙ୍କ ବିରୋଧରେ ଦ୍ୱିତୀୟ ମାମଲା ଦାଏର କରିଥିଲା । ପରେ ଅଭିଯୋଗକାରୀ ମଧ୍ୟ ଗରିଫ ହୋଇଥିବାର ସୂଚନା ମିଳିଛି । ଦ୍ୱିତୀୟ ମାମଲାରେ ବିଜେପି କର୍ମୀ ଶୁଭମ ମିଶ୍ର ଏବଂ ଶ୍ୟାମ ସୁନ୍ଦର ନିଶାଦ ଏବଂ କାର ଡ୍ରାଇଭର ହରି ଓମ ମିଶ୍ରଙ୍କ ହତ୍ୟା ମାମଲା ରହିଛି। ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ଗୁରୁଭନ୍ଦର ସିଂ, କମଲଜିତ ସିଂ ଏବଂ ଗୁରୁପ୍ରୀତ ସିଂଙ୍କୁ ହତ୍ୟା, ଗଣ୍ଡଗୋଳ ଓ ବେଆଇନ ସଭା କରାଯିବା ଅଭିଯୋଗ ହୋଇଛି। ସେପଟେ ଲାଞ୍ଚ ନେବା, ଅପରାଧିକ ଧମକ ଏବଂ ନିର୍ଯ୍ୟାତନା ସମ୍ବନ୍ଧୀୟ ଅପରାଧ ପାଇଁ ବିଚିତ୍ର ସିଂହଙ୍କ ବିରୋଧରେ ଅଭିଯୋଗ ହୋଇଛି । ପ୍ରଥମ ଚାର୍ଜସିଟରେ ହିଁ ରଣଜିତ ସିଂହ, ସୋନୁ କାନୱାଜିତ ଓ ଅବତାର ସିଂହଙ୍କ ନାମ ପଞ୍ଜୀକରଣ କରାଯାଇଥିଲା ।

କିନ୍ତୁ ତାଙ୍କ ବିରୋଧରେ ପୁଲିସ ଉପଯୁକ୍ତ ପ୍ରମାଣ ପାଇନଥିଲା । ତେଣୁ ଯେଉଁ ଚାରିଜଣ ଚାଷୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି ସେମାନେ ଜେଲରେ ରହିବେ ଓ ଅନ୍ୟ ତିନିଜଣଙ୍କ ରିଲିଜ୍ ଆଦେଶ କୋର୍ଟରୁ ଜେଲକୁ ପଠାଯାଇଛି ବୋଲି ଏସପି ଯାଦବ କହିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଲଖିମପୁର ଖେରୀରେ ପ୍ରଦର୍ଶନ କରାଯାଉଥିଲା । ଏହା ମଧ୍ୟରେ ହଠାତ ଏକ କାର ପ୍ରଦର୍ଶନକାରୀଙ୍କ ଉପରକୁ ଚଢ଼ିଯାଇଥିଲା । ଯେଉଁଥିରେ ମୋଟ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା । ଯେଉଁଠି ଚାରିଜଣ କୃଷକ ରହିଥିଲେ । ଏହି ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଥିବାର କଥା କୃଷକମାନେ କହିଥିଲେ । ପରେ ଅନୁସନ୍ଧାନକରି ଆଶିଷ ମିଶ୍ରଙ୍କୁ ପୁଲିସ ଗିରଫ କରିଥିଲା ।

Related Posts