୧୧ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ

କଟକ: ଲାଲବାଗ ଥାନା ପୋଲିସକି ସଫଳତା । ପୁଣି କଟକ ସହରରୁ ଜବତ ହେଲା ୧୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର। ଏଥିସହ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ଗତକାଲି ରାଧାନାଥ ଟ୍ରେନିଙ୍ଗ କଲେଜ ନିକଟରେ ଏହି ଦୁଇ ବେପାରୀ ଥିବା ଖବର ପାଇ ଚଢାଉ କରିଥିଲା ପୋଲିସ।

ପୋଲିସ ୧୧ ଲକ୍ଷର ବ୍ରାଉନସୁଗାର ସହ ଦୁଇଟି ମଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଥିଲା।ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଲେପୁରର ପ୍ରଶାନ୍ତ କୁମାର ନନ୍ଦ ଓ ଗୋବିନ୍ଦପୁର ର ଜ୍ୟୋତି ରଞନ ବାରିକ।ଗିରଫ ଦୁଇ ଅଭିଯୁକ୍ତ ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ ବିକ୍ରି କରୁଥିବା କହିଛନ୍ତି ଡିସିପି

Related Posts