କିଡ଼ନୀ ପ୍ରତିରୋପଣ ପାଇଁ ସିଙ୍ଗାପୁର ଯିବେ ଲାଲୁ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଡ଼ନୀ ପ୍ରତିରୋପଣ ପାଇଁ ସିଙ୍ଗାପୁର ଯିବେ ଲାଲୁ ଯାଦବ । ସେପଟେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡନୀ ପ୍ରତିରୋପଣ ପାଇଁ ବିଦେଶ ଯାତ୍ରା କରିବାକୁ ପଡୁଥିବାରୁ ତାଙ୍କ ପାସପୋର୍ଟ ନବୀକରଣ ପାଇଁ ରାଞ୍ଚିରେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋରେ ଆବେଦନ କରିଛନ୍ତି। । ଅନ୍ୟପଟେ ଲାଲୁ ଯାଦବ ସିଙ୍ଗାପୁରରେ ବିଦେଶରେ କିଡନୀ ପ୍ରତିରୋପଣ କରିବେ।

ଏଥିପାଇଁ ସିଙ୍ଗାପୁର ଡାକ୍ତରଙ୍କ ସହ ଯୋଗାଯୋଗ ଚାଲିଥିବାର ସୂଚନା ମିଳିଛି । ଏହା ମଧ୍ୟରେ ପାସପୋର୍ଟ ନବୀକରଣ ପାଇଁ ଆବେଦନ କୋର୍ଟରେ ଦାଖଲ କରାଯାଇଛି ବୋଲି ତାଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts