ଛୁଟିରେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା: ସୃଷ୍ଟି ହେଲା ସନ୍ଦେହ

ପୁରୀ: ଛୁଟିରେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା | ପୁରୀ ଏକ୍ସସାଇଜ ସୁପରିନଟେଣ୍ଡେଣ୍ଟଙ୍କୁ ପଠାଇଥିବା ବେଳେ, ସେ ବ୍ୟକ୍ତିଗତ କାରଣରୁ ଛୁଟି ନେଉଥିବା ଚିଠିରେ ଦର୍ଶାଇଛନ୍ତି । ଆସନ୍ତା ୯ରୁ ୧୫ ତାରିଖ ଯାଏଁ ଛୁଟିରେ ରହିବାକୁ ଅନୁମତି ମାଗିଛନ୍ତି । ହେଡକ୍ୱାର୍ଟର ଛାଡିବାକୁ ଅନୁମତି ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ପୁରୀ ପୋଲିସ ବିରୋଧରେ ଅଭିଯୋଗ ଆଣିବା ପରେ ଛୁଟି ଆବେଦନକୁ ନେଇ ବଢିଲା ଚର୍ଚ୍ଚା । ମାସିକିଆ ବଟି ନେଇ ପୁରୀ ପୋଲିସ ନିଶା ମାଫିଆଙ୍କୁ ସହାୟତା କରୁଥିବା ଅଭିଯୋଗ ଆଣିଥିଲେ । ଅବକାରୀ କମିଶନର ଆଶିଷ ସିଂଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଅଭିଯୋଗ ଆଣିବା ପରେ କାହିଁକି ଛୁଟିରେ ଯାଉଛନ୍ତି ସଞ୍ଜୟ ସନ୍ଦେହ ବଢିଲା ।

ଅନ୍ୟପଟେ, ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅବକାରୀ କମିସନରଙ୍କ ନିକଟରେ ଅଭିଯୋଗ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ପୁରୀ ଥାନା ପୁଲିସ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛି ବୋଲି ଅବକାରୀ କମିଶସନର ଆଶିଷ କୁମାର ସିଂହଙ୍କୁ ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅଭିଯୋଗ କରିଥିଲେ । ବାସ ଏହା ପରେ ସାରା ରାଜ୍ୟରେ ଏନେଇ ହଟଚମଟ ସୃଷ୍ଟି ହୋଇଯାଇଥିଲା । ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ଅବକାରୀ କମିସନରଙ୍କ କାର‌୍ୟ୍ୟାଳୟରୁ ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ମଗାଯାଇଛି। ଶ୍ରୀ ପଣ୍ଡା ଯେଉଁ ଟଙ୍କା କାରବାର ଅଭିଯୋଗ ଆଣିଛନ୍ତି, ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କୁହାଯାଇଛି। ପୁରୀ ଜିଲ୍ଲା ପୁଲିସ ବି ସମାନ୍ତରାଳ ଭାବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Related Posts