ରାଜନୀତିରେ ଏଣ୍ଟ୍ରି କରିବେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ! ବିଜେପି ସଭାପତିଙ୍କୁ କହିଲେ ଦୁଇ ମୁଣ୍ଡିଆ ସାପ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜନୀତିରେ ଏଣ୍ଟ୍ରି କରିବେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ଟ୍ବିଟରରେ ବେଶ୍ ସକ୍ରିୟ ରହୁଥିବା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ବିଜେପି ନେତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ୍ କରି ଚର୍ଚ୍ଚାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ସେ ରାଜନୀତିରେ ମଧ୍ୟ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ନାଗପଞ୍ଚାମି ଦିନରେ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲଙ୍କୁ ଟାର୍ଗେଟ କରି କଡା ସମାଲୋଚନା କରିଥିଲେ। ସୋସିଆଲ ମିଡିଆରେ ସେ ସଞ୍ଜୟ ଜୈସୱାଲଙ୍କୁ ଦୁଇ ମୁଣ୍ଡିଆ ସାପ କହିଥିଲେ। 

ଟ୍ଵିଟରରେ ରୋହିଣୀ ଆଚାର୍ଯ୍ୟ ଲେଖିଥିଲେ ଯେ, ସଞ୍ଜୟ ଜୟସୱାଲ ଚତୁର କିନ୍ତୁ ମାନସିକ ସ୍ତରରେ ଦୁର୍ବଳ, ୨୦୦୫ରେ ତାଙ୍କୁ କିଏ ରାଜନୀତିରେ ଜୀବନ ଦାନ ଦେଇଥିଲେ ସେ ଭୁଲି ଯାଇଛନ୍ତି। ଲାଲୁ ତୁମ ଭଳି ବହୁ ଦୁଇ ମୁଣ୍ଡିଆ ସାପଙ୍କୁ କ୍ଷୀର ପିଆଇ ଜୀବନ ଦେଇଛନ୍ତି। ତେବେ ଆଜି ନାଗ ପଞ୍ଜମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା।

ତେବେ ରୋହିଣୀ ପ୍ରଥମ ଥର ପାଇଁ ବିଜେପିକୁ ଟାର୍ଗେଟ କରି ନାହାନ୍ତି। ପୂର୍ବରୁ ବହୁ ଥର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଏହା ପୂର୍ବରୁ ସେ ନୀତିଶ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଜାତିଗତ ଜନଗଣନାକୁ ନେଇ ସେ ବିଜେପିକୁ ଟାର୍ଗେଟ୍ କରିଥିଲେ। ଗତ ଶନିବାର ସେ ଏନେଇ ଲେଖିଥିଲେ ଯେ, ଓବିସି ସମାଜର ହକ୍ ଏବଂ ଅଧିକାର ପରିଚୟ ଛଡାଇ ନିଆଯିବ। ରୋହିଣୀଙ୍କ ଏହି କଟାକ୍ଷ ପରେ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିଥିଲା।

ବିଜେପି ପ୍ରବକ୍ତା ପ୍ରେମରଞ୍ଜନ ପଟେଲ କହିଥିଲେ ଯେ, ଲାଲୁଙ୍କ ସମ୍ପୂର୍ଣ୍ଣ ପରିବାରର ଭାଷା କହୁଛି ସେମାନଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଇଛି। ତେଜସ୍ୱୀ ଯାଦବ ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଦଳର ପରିଚାଳନା କରୁଥିବାବେଳେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ମଧ୍ୟ ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିଣୀ ଯାଦବ ରାଜନୀତିରେ ସକ୍ରିୟ ନଥିଲେ କିନ୍ତୁ ବର୍ତ୍ତମାନ ସେ ପିତା ଏବଂ ଭାଇମାନଙ୍କ ସ୍ୱରରେ ସ୍ୱର ମିଶାଇ ଆସୁଥିଲେ । 

ଅତୀତରେ ସେ ସୁଶୀଲ ମୋଦୀଙ୍କୁ ମଧ୍ୟ ତୀବ୍ର ଟାର୍ଗେଟ କରିଥିଲେ।  ପୂର୍ବରୁ ମଧ୍ୟ ରୋହିଣୀ ଆଚାର୍ଯ୍ୟଙ୍କ ରାଜନୀତିରେ ପ୍ରବେଶ ବିଷୟରେ ଆଲୋଚନା ଜୋର ଧରିଥିଲା। ଯେତେବେଳେ ତେଜସ୍ୱୀ ଯାଦବ ଡେପୁଟି ସିଏମ୍ ଥିଲେ ଏବଂ ବେନାମୀ ସମ୍ପତ୍ତି ମାମଲାରେ ତାଙ୍କ ନାମ ଆସିଥିଲା ସେତେବେଳେ ରୋହିଣୀ ରାଜନୀତିରେ ଏଣ୍ଟ୍ରି କରି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ କୋଣସି କାରଣରୁ ଏପରି ହୋଇ ପାରି ନଥିଲା। 

Related Posts