ଆଇପିଏଲରେ ପୁଣି ଏଣ୍ଟ୍ରି ମାରିବେ ଲାସିଥ ମାଲିଙ୍ଗା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇପିଏଲରେ ପୁଣି ଏଣ୍ଟ୍ରି ମାରିବେ ଲାସିଥ ମାଲିଙ୍ଗା । ତେବେ ସେ ଏଥର ଖେଳାଳି ହୋଇ ନୁହଁ ବରଂ ବୋଲିଂ କୋଚ ହୋଇ ଏଣ୍ଟ୍ରିମାରିବାକୁ ଯାଉଛନ୍ତି । ରାଜସ୍ଥାନ ତାଙ୍କୁ ବୋଲିଂ କୋଚ ଭାବେ ଦଳରେ ନିଯୁକ୍ତି କରିଛି । ପ୍ରଥମ ଥର ପାଇଁ ଏହି ସିଜିନରେ ମାଲିଙ୍ଗା ବୋଲିଂ କୋଚ ଭାବରେ ନଜର ଆସିବେ ।

ଏହାପୂର୍ବରୁ ମୁମ୍ବାଇ ଦଳରେ ସେ ପ୍ରମୁଖ ବୋଲର ରହିଥିଲେ । ସେପଟେ ୩୮ ବର୍ଷିୟ ମାଲିଙ୍ଗା ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କା ଦଳ ପକ୍ଷରୁ ବୋଲିଂ କୋଚର ଭାର ସମ୍ଭାଳିଥିଲେ । ଏବେ ଆଇପିଏଲରେ ତାଙ୍କୁ ବୋଲିଂ କୋଚର ଦାୟିତ୍ୱ ମିଳିଛି । ତେବେ ବୋଲିଂ କୋଚ ଭାବେ ଦାୟିତ୍ୱ ମିଳିଥିବା ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

Related Posts