ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବଡ ଘୋଷଣା କରିଛନ୍ତି । ତେବେ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ। ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ। କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେଙ୍କୁ ନିୟୋଜିତ ହେବେ। ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ। ମହାମାରୀର ପ୍ରକୋପ କମିଥିବା ହେତୁଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥର ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।

ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ। ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ରହିଛି। ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ, ତାହା ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ। ପ୍ରଥମ- ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା ଦ୍ବିତୀୟ-ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା । ତୃତୀୟ- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦% ମାର୍କକୁ ବିଚାରକୁ ନିଆଯିବ।