ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫିନାଇଲ ମିଶା ଖିରି ଖାଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୦ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୂପଷା ଥାନା ଅଞ୍ଚଳରେ । ଘଟଣାଟି ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ରୂପଷାରେ ଏକ ଘରୋଇ ମହାବିଦ୍ୟାଳୟର ମେସର ମୁଖ୍ୟ ରୋଷେୟା ନଥିଲେ।
ତାଙ୍କ ଅନୁସପସ୍ଥିତି ମେସ୍ରେ କାମ କରୁଥିବା ଜଣେ ବୃଦ୍ଧ ମହିଳା ରୋଷେଇ କରିଥିଲେ। ମହିଳା ଜଣକ ଖିରି ପ୍ରସ୍ତୁତି ବେଳେ କ୍ଷୀର ବଦଳରେ ପାଖରେ ଥିବା ଫିନାଇଲ ମିଶାଇ ଦେଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେହି ଖିରିକୁ ମେସ୍ରେ ରହୁଥିବା ଛାତ୍ରଙ୍କୁ ଖାଇବାକୁ ଦେଇଥିଲେ। ପିଲାମାନେ ଖିରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏ ସମ୍ପର୍କରେ ଜାଣିବା ପରେ ମେସ୍ କର୍ତ୍ତୃପକ୍ଷ ଛାତ୍ରଙ୍କୁ ରୂପଷା ମେଡିକାଲ୍ରେ ଭର୍ତ୍ତି କରିଥିଲେ।