ଭେଣ୍ଟିଲେଟରରେ ଲତା ମଙ୍ଗେସକର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭେଣ୍ଟିଲେଟରରେ ଲତା ମଙ୍ଗେସକର । ଭାରତରତ୍ନ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ଆଜି ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି । ଲତା ମଙ୍ଗେସ୍କରଙ୍କୁ ଜାନୁଆରୀ ୮ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନେକ ଦିନ ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଥିଲା । ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲେ ବି ହସ୍ପିଟାଲରେ ତାଙ୍କୁ ଅବଜରଭେସନ୍ରେ ରଖାଯାଇଥିଲା ।

୯୨ବର୍ଷରେ ପହଞ୍ଚିଛନ୍ତି ଲତା ମଙ୍ଗେସକର । ଏଥିପାଇଁ ଅନେକ ସମୟରେ ତାଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗିରହୁଛି । ତେବେ ତାଙ୍କର ଆରୋଗ୍ୟ କାମନା କରି ଦେଶବ୍ୟାପୀ ଚାଲିଛି ପ୍ରାର୍ଥନା ଓ ପୂଜାର୍ଚ୍ଚନା । ଲତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ପ୍ରତୀତ ସମଦାନୀଙ୍କ କହିବା ମୁତାବକ, ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି ।

Related Posts