ତ୍ରିରଙ୍ଗାରେ ଗୁଡ଼ାଇ ଶିବାଜୀ ପାର୍କକୁ ନିଆଯିବ ଲତାଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପରଲୋକରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର । ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ଏବଂ ନିମୋନିଆ ସହିତ ୨୯ ଦିନ ସଂଘର୍ଷ କରିଥିଲେ, କିନ୍ତୁ ଶେଷରେ ରବିବାର ସକାଳ ୮.୧୫ ରେ, ଆମ ସମସ୍ତଙ୍କୁ ଛାଡ଼ି ଲତାମଙ୍ଗେଶକର ଚାଲିଯାଇଥିଲେ । ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେପଟେ ଲତା ଜୀଙ୍କ ମୃତ୍ୟୁକୁ ନେଇ ଦୁଇ ଦିନ ଜାତୀୟ ଶୋକ ହେବ। ଏପରିକି ଜାତୀୟ ପତାକୁ ଅଧା ନଇଁକି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅପରାହ୍ନ ୫ ଟାରେ ମୁମ୍ବାଇରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଲତା ଜୀଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଛି । ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଇ ଶିବାଜୀ ପାର୍କକୁ ନିଆଯାଉଛି । ଯେଉଁଠାରେ ତାଙ୍କର ଶେଷ ରୀତି ସନ୍ଧ୍ୟା ୬.୩୦ ରେ କରାଯିବ। ସେନା କର୍ମଚାରୀମାନେ ଲତା ଜିଙ୍କ ଶବକୁ ତ୍ରିରଙ୍ଗାରେ ଗୁଡ଼ାଇ ପ୍ରଭାସ କୁଞ୍ଜ ଆପାର୍ଟମେଣ୍ଟର ପ୍ରଥମ ମହଲାରୁ ଆଣିଥିଲେ। ବ୍ରେଟା କ୍ୟାଣ୍ଡି ହସ୍ପିଟାଲରୁ ରାତି ପ୍ରାୟ ୧.୧୦ ସମୟରେ ଲତା ଜିଙ୍କ ମୃତଦେହ ତାଙ୍କ ଘରେ ପହଞ୍ଚିଥିଲା।

Related Posts