ମୁକୁଲ ରୟଙ୍କ ଭଳି ନେତା ଦଳରେ ମିଶିବା – ଛାଡ଼ିବା ଲାଗିରହିିବ : ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୧୭ ମସିହାରେ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ମୁକୁଲ ରୟଙ୍କ ଶୁକ୍ରବାର ଦିନ ଘର ବାପସି ହୋଇଛି। ଗତକାଲି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପୁଣି ଥରେ ଟିଏମସିକୁ ଫେରିବା ପରେ ଏବେ ରାଜନୀତି ସରଗରମ ହୋଇଛି। ମୁକୁଲ ଟିଏମସିରେ ସାମିଲ ହେବା ପରେ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂ କହିଛନ୍ତି ଯେ ରାଜନୀତିରେ ସୁବିଧାବାଦୀ ଲୋକ ମାନେ ଏଭଳି କରିଥାନ୍ତି। ଆଗକୁ ତାଙ୍କର ଏଭଳି ଯିବା ଆସିବା ଲାଗି ରହିଥିବା । ଯେହେତୁ ସେ ବିଜେପି ଟିକଟରେ ନିର୍ବାଚନ ଲଢି ଜିତିଥିଲେ ଅନ୍ତତଃପକ୍ଷେ ଦଳରୁ ଇସ୍ତଫା ଦେବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୧୭ରେ ସେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ମୁକୁଲ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି କ୍ରିଷ୍ଣନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଏକଦା ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ମୁକୁଲ ରୟ। କିନ୍ତୁ ୨୦୧୭ରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଏବଂ ବିଜେପି ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ତେବେ ବିଜେପିରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବାରୁ ସେ ଦଳ ଛାଡ଼ି ପୁଣି ଥରେ ଟିଏମସିରେ ସାମିଲ ହୋଇଛନ୍ତି। ଗତକାଲି ଟିଏମସିରେ ସାମିଲ ହେବା ପରେ ମୁକୁଲ ରୟ କହିଛନ୍ତି, ଯେ ତାଙ୍କ ପୁରୁଣା ପାର୍ଟିର ସହକର୍ମୀଙ୍କୁ ଭେଟି ସେ ବହୁତ ଖୁସି। ମମତା ବାନାର୍ଜୀଙ୍କ ନେତୃତ୍ୱରେ ବଙ୍ଗଳା ପୁନର୍ବାର ସ୍ଥିତି ଫେରି ପାଇବ ବୋଲି ମୁଁ ଗର୍ବିତ ଅନୁଭବ କରୁଛି।ମୁକୁଲ ରୟଙ୍କ ସହିତ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଟିଏମସିରେ ଯୋଗଦେଇଛନ୍ତି ।

Related Posts