ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁଣି ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍; ବାତିଲ ହେଲା ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁଣି ଫିଜିକ୍ସ ଅନର୍ସ ପ୍ରଶ୍ନପତ୍ର ଲିକ୍ । ତେବେ  ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ସେପଟେ  ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିବା ପରେ ପରୀକ୍ଷା ବାତିଲ୍ ନେଇ ନିରୀକ୍ଷକ ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପଦାର୍ଥ ବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ପରୀକ୍ଷା ଥିଲା। ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ଆସିଥିଲା। ସମ୍ବଲପୁର ବିଶ୍ବବିଦ୍ୟାୟ କର୍ତ୍ତୃପକ୍ଷ ଏହାକୁ ଗୁଜବ ବୋଲି କହି ଏଡ଼େଇ ଯାଇଥି‌ଲେ । ତେବେ, ଗତକାଲି ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ଖବର ସକାଳ ୯ଟା ୪୩ ସମୟରେ ଏଜୁକେସନ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଥିଲା । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ତାଙ୍କ ପାଖରେ କୌଣସି ସୂତ୍ରରୁ ପହଂଚିବା ପରେ ସେ ତୁରନ୍ତ ବିଶ୍ଵବିଦ୍ୟାଳୟର ଗୋପନୀୟ ବିଭାଗକୁ ସୂଚିତ କରିଥିଲେ ।

ଏହି ବିଭାଗ ଭାଇରାଲ ପ୍ରଶ୍ନପତ୍ର ଓ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ମିଳାଇ ଦେଖିଥିଲେ । ଉଭୟ ପ୍ରଶ୍ନପତ୍ର ସମାନ ଥିବା ଜାଣିବା ପରେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଏନେଇ ଅବଗତ କରିଥିଲେ । ଫଳରେ ୧୦ଟା ୦୧ ସମୟରେ ପରୀକ୍ଷା ନିୟନ୍ତ୍ରକ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୦୫ଟି କଲେଜକୁ ସୂଚନାଦେଇ ପରୀକ୍ଷା ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଛାତ୍ରଛତ୍ରୀମାନେ ଆଜି ହେବାକୁ ଥିବା ପରୀକ୍ଷାରୁ ବଂଚିତ ହେଇଥିଲେ । 

Related Posts