ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଇସ୍ତଫା ଦେବା ପରେ ଦେଶରେ ଉତ୍ସବର ମାହୋଲ।ଶ୍ରୀଲଙ୍କାରେ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ। ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ ସଫଳ ହେବା ପରେ ଦେଶବାସୀ ଖୁସି ମନାଇଛନ୍ତି। ଗତକାଲି ଦେଶର ଆନ୍ଦୋଳନକାରୀମାନେ ଦେଶରେ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରି ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଆସି ନୃତ୍ୟଗୀତରେ ମାତିଥିଲେ।ଏହି ସମୟରେ ବିକ୍ଷୋଭକାରୀମାନେ ବିଭିନ୍ନ ନାରାବାଜି ମଧ୍ୟ କରିଥିଲେ। । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି ସିଙ୍ଗାପୁରରେ ପହଞ୍ଚିବା ପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କୁହାଯାଉଛି। ଗତକାଲି ସାଉଦି ଆରବରେ ଏକ ଘରୋଇ ବିମାନରେ ସିଙ୍ଗାପୁରରେ ପହଞ୍ଚିଥିଲେ ଗୋଟାବାୟା। ଏହାପରେ ସେ ନିଜ ଇସ୍ତଫା ଇମେଲ ଯୋଗେ ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ।
ସୂଚନା ଯୋଗ୍ୟ ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ୨୦୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ ଗୋଟାବାୟା। ତେବେ ଦେଶରେ ଉତ୍କଟ ଆର୍ଥିକ ପରିସ୍ଥିତି ପାଇଁ ସେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।
