ସ୍ମିତାରାଣୀ ମୃତ୍ୟୁ ମାମଲାର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଭଙ୍ଗାଗଲା ରଙ୍ଗଶାଳା:ଲେଖାଶ୍ରୀ

ଭୁବନେଶ୍ୱର: ଗତକାଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ ନେଇ ପ୍ରଶାସନ ବିରୁଦ୍ଧରେ ଅଭିଯୋଗ ଆଣିଲେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

2018ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଭଙ୍ଗା ଯାଇନଥିଲା, ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତରାଣୀ ମରି ନଥାଆନ୍ତେ ।ମୋଟ ଉପରେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା । ବିଜେପି ର ଅଭିଯୋଗ ରଂଗଶାଳା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ମନ୍ଦ ଉଦେଶ୍ୟ ଅଛି । ତଦନ୍ତ କୁ ଦିଶାହୀନ କରିବା ଲାଗି , ଠୋସ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି । ସ୍ମିତରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇ ବାକୁ ଏଭଳି ପ୍ରୟସ କରାଯାଇଛି । ବିଜେପି ର ଦାବି ତଦନ୍ତ ଅଧିକ ଗତିଶୀଳ ହେଉ, ନହେଲେ ଅନେକ ସତ୍ୟ ଲୁଚି ଯିବ। ନହେଲେ ଆଗକୁ ଜୋରଦାର ପ୍ରତିବାଦ କରିବ ବିଜେପି ।
Related Posts