ପଞ୍ଜାବ ପଲିଟିକ୍ସ; କ୍ୟାପଟେନଙ୍କ ବଡ଼ ଖୁଲାସା; ସିଦ୍ଧୁଙ୍କୁ କ୍ୟାବିନେଟରେ ନେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ଅନୁରୋଧ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପଞ୍ଜାବ କଂଗ୍ରେସର ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ସିଦ୍ଧୁଙ୍କୁ ନିଜ କ୍ୟାବିନେଟରେ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ୟାପଟେନଙ୍କୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ସିଦ୍ଧୁଙ୍କୁ କ୍ୟାବିନେଟରେ ନିଆଯାଏ, ତାହାଲେ ମୁଁ ଆପଣଙ୍କ ନିକଟରେ ଚୀର ଆଭାରି ହୋଇ ରହିବି । ସେ ମୋର ପୁରୁଣା ବନ୍ଧୁ । ଯଦି ସେ ଠିକ ସେ କାମ ନକରନ୍ତି, ତାହାଲେ ତାଙ୍କୁ ଆପଣ ଅପସାରଣ କରିପାରିବେ ବୋଲି ଇମ୍ରାନ ଖାନ କହିଥିଲେ । କ୍ୟାପଟେନଙ୍କ ଏପରି ବୟାନ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ପଞ୍ଜାବ ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଛି ।

ଏହା ସହ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳ ଓ ସଂନ୍ଧ୍ୟାବେଳେ ଭଗବାନଙ୍କ ସହ ଏକ ଘଣ୍ଟା କଥା ହେଉଥିବାର ଦାବି କରିଥାଏ, ସେଭଳି ବ୍ୟକ୍ତି କିପରି ମାନସିକ ସ୍ତରରେ ସନ୍ତୁଳିତ ହୋଇପାରିବେ ? ସିଦ୍ଧୁ ପାକିସ୍ତାନ ଯାଇ ପ୍ରଧାନମନ୍ତ୍ରୀ ଓ ଜେନେରାଲଙ୍କ ସହ ଯେତେ ବୈଠକ କଲେ ମଧ୍ୟ ଭାରତରେ ଶାନ୍ତି ଫେରି ଆସିବ ନାହିଁ । ଏପରିକି ଏହାକୁ ଦେଶବାସୀ ମଧ୍ୟ ଗ୍ରହଣ କରିବେ ନାହିଁ । ୨୦୧୭ ମସିହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପଞ୍ଜାବରେ ରହୁଥିବା ୮୩ ସୈନିକ ପାକିସ୍ତାନୀ ଗୁଳିରେ ପ୍ରାଣ ହରାଇଛନ୍ତି ବୋଲି କ୍ୟାପଟେନ ସିଦ୍ଧୁଙ୍କୁ ଟାର୍ଗେଟ କରି କହିଛନ୍ତି ।

Related Posts