ପ୍ରଧାନମନ୍ତ୍ରୀ ଏବଂ ଆରଏସଏସକୁ ବିରୋଧ କରୁଥିବା ଦଳ ଏକାଠି ହୁଅନ୍ତୁ: ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଶାସକ ବିଜେପି ଘୃଣାର ପ୍ରସାର କରୁଛି । ଦେଶ ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ ମୋଦି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ବିରୋଧ କରୁଥିବା ଦଳଗୁଡ଼ିକ ଏକାଠି ହେବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ ମେଣ୍ଟ ମଜଭୁତ ହେବା ଆବଶ୍ୟକ । ଏଥିପାଇଁ ଆଲୋଚନା ଚାଲିଛି ବୋଲି ରାହୁଲ ଗାନ୍ଧୀ ଶରଦ ଯାଦବଙ୍କୁ ଭେଟିବା ପରେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

ସେପଟେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତୁ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି । ତେବେ ବର୍ତ୍ତମାନ ଦେଶର ସ୍ଥିତି ଦେଖି ସେ ଚିନ୍ତିିତ । ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ କାର୍ଯ୍ୟ ହେବା ଦରକାର । ରାହୁଲ ଦଳ ପାଇଁ ଦିନରାତି କାମ କରୁଛନ୍ତି । ତେଣୁ କଂଗ୍ରେସ ତାଙ୍କୁ ଅଧ୍ୟକ୍ଷ କରାଇବା ଉଚିତ ବୋଲି ଶରଦ ଯାଦବ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଯାଦବ ତାଙ୍କ ଗୁରୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏବଂ ଘୃଣାର ପ୍ରସାର ସହ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଥିବା କଥାରେ ରାହୁଲ ଆରଜେଡି ନେତାଙ୍କ ସହ ଏକମତ ହୋଇଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts