
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଟ୍ରେନ ଗସ୍ତରେ ଅଛନ୍ତି । ୨୦ ମଇ ଶୁକ୍ରବାର ଦିନ, ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ “ଆଇଡିଆ ଫର ଇଣ୍ଡିଆ” ସମ୍ମିଳନୀରେ ଭାଗ ନେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସମୟରେ କହିଛନ୍ତି ଯେ କଂଗ୍ରେସ ହେଉଛି ଏପରି ଏକ ଦଳ ଯିଏ ଗଣତନ୍ତ୍ରକୁ ଏକ ଅପୂର୍ବ ପରିମାଣରେ ପରିଚାଳନା କରୁଛି । ଏନେଇ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠି ରାହୁଲଙ୍କ ସହ ବିରୋଧୀ ଦଳର ନେତା, ଆରଜେଡିର ତେଜସ୍ୱୀ ଯାଦବ, ମନୋଜ ଝା, ଟିଏମସିର ମହୁଆ ମିତ୍ର ଏବଂ ସିପିଆଇର ସୀତାରାମ ୟେଚୁରୀ ଥିବାର ଦେଖିବାକୁ ମିଳିଛି । ରାହୁଲ ଟ୍ୱିଟ କରି କହିଛନ୍ତି ଯେ ଲଣ୍ଡନରେ ଅନୁଷ୍ଠିତ ଆଇଡିଆ ଫୋର ଇଣ୍ଡିଆ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । କେବଳ ଏତିକି ନୁହେଁ ବରଂ ରାହୁଲ ଗାନ୍ଧୀ ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତି ।
ଏବଂ ସିବିଆଇ ଭଳି ଅନୁଷ୍ଠାନର କେନ୍ଦ୍ର ଅପବ୍ୟବହାର କରୁଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ଏହା ସହ ଆରଏସଏସକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନଙ୍କ ପାଇଁ ଭାରତ ଏକ ସୁବର୍ଣ୍ଣ ପକ୍ଷୀ ଏବଂ କର୍ମ ଆଧାରରେ ଭାରତକୁ ବାଣ୍ଟିବାକୁ ଚାହୁଁଛନ୍ତି । ଯେଉଁଠି ଦଳିତଙ୍କ ପାଇଁ ସ୍ଥାନ ନାହିଁ। ଏହା ବ୍ୟତୀତ ରାହୁଲ ଗାନ୍ଧୀ କଂଗ୍ରେସର ପରାଜୟକୁ ପୋଲାରାଇଜେସନ୍ ଏବଂ ମିଡିଆ ନିୟନ୍ତ୍ରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆରଏସଏସ ଲୋକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛି। କଂଗ୍ରେସ ଏବଂ ବିରୋଧୀ ଦଳ ମଧ୍ୟ ସମାନ କାର୍ୟ୍ୟ କରିବା ଉଚିତ ଏବଂ ସେମାନଙ୍କ ପାଇଁ ଭୋଟ୍ ଦେଉନଥିବା ୬୦-୭୦% ଲୋକଙ୍କୁ ଏକଜୁଟ କରିବା ଉଚିତବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।