ଯାଆଁଳା ହେବାର ସୁଯୋଗ ନେଇ ଦୀର୍ଘ ୬ ମାସ ଧରି ଭାଉଜଙ୍କୁ କରିଆସୁଥିବା ଦୁଷ୍କର୍ମ: ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ମୁମ୍ବାଇ: ଆପଣମାନେ ନିଶ୍ଚିତ ଧୁମ ୩ ଦେଖିଥିବେ | ଫିଲ୍ମ ରେ ଯେଉଁଭଳି ଭାବେ ଅମୀର ଖାନ ନିଜ ଯାଆଁଳା ଭାଇର ଫାଇଦା ଉଠାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ଚୋରି କରୁଥିଲେ | କିନ୍ତୁ ପୋଲିସ ସେ ସବୁ ବିଷୟରେ ଜାଣି ପାରୁନଥିଲା | ଫିଲ୍ମ ଟିରେ ବହୁତ ନିପୁଣତାର ସହ ଦୁଇ ଯାଆଁଳା ଭାଇକୁ ଉପସ୍ଥାପନ କରାଯାଇଥିଲା | ଯାହା ଫଳରେ ସମସ୍ତଙ୍କ ଆଖିରେ ଧୂଳି ଦେବାରେ ନିପୁଣ ହୋଇପାରୁଥିଲେ ଦୁଇ ଯାଆଁଳା ଭାଇ |

ତେବେ ମହାରାଷ୍ଟ୍ର ଲାତୁରଠାରେ ଘଟିଛି ସେମିତି କିଛି ଘଟଣା | ଯାଆଁଳା ଭାଇର କଳା କାରନାମା ପଦାରେ ପଡିଛି । ସମାନ ଚେହେରାର ଲାଭ ଉଠାଇବାକୁ ପଛାଇଲାନି । ଆଉ ମନରେ ପଶୁତ୍ବ ଭାବ ଜାଗ୍ରତ କରି ଶେଷରେ ଘଟାଇଲା ଘୃଣ୍ୟ କାଣ୍ଡ । ନିଜ ଭାଉଜକୁ ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସମ୍ପର୍କରେ ପୀଡିତାଙ୍କ ସ୍ବାମୀ ଓ ଶାଶୁ ମଧ୍ୟ ଅବଗତ ଥିଲେ । ପୀଡ଼ିତାଙ୍କ ପରିବାର (ବାପଘର) ଏନେଇ ଅଭିଯୋଗ କରିବା ପରେ ପୋଲିସ ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିଛି ।

ଲାତୁର ରିଙ୍ଗ ରୋଡ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଗତ ୩ ମାସ ପୂର୍ବରୁ ବିବାହ କରିଥିଲେ। ବିବାହିତ ଯୁବକଙ୍କ ଆଉ ଏକ ଯାଆଁଳା ଭାଇ ଥିଲା । ଦୁହିଁଙ୍କ ମୁହଁ ଓ ଚାଲିଚଳଣିରେ ପ୍ରାୟତଃ ସମାନତା ଥିଲା । ଏଣୁ ଘରକୁ ଆସିଥିବା 20 ବର୍ଷୀୟ ନବବଧୂ ନିଜ ସ୍ବାମୀ ଏବଂ ଦିଅର ମଧ୍ୟରେ ପାର୍ଥକ୍ୟକୁ ସହଜରେ ବାରି ପାରୁନଥିଲେ । ଫଳରେ ଏହାର ଫାଇଦା ଉଠାଇଥିଲେ ୨ ଯାଆଁଳା ଭାଇ । ପୀଡିତା ଜଣକ ସ୍ବାମୀର ଭାଇ ଦ୍ବାରା ଦୀର୍ଘ ୬ ମାସ ଧରି ଯୌନ ଶୋଷଣର ଶିକାର ହୋଇଆସୁଥିଲେ ।ସ୍ବାମୀ-ଶାଶୁ କରୁଥିଲେ ସମର୍ଥନ:-

ବିବାହିତ ମହିଳା ଜଣକ ଏ ସମ୍ପର୍କରେ ଅବଗତ ହେବା ପରେ ନିଜ ସ୍ବାମୀଙ୍କୁ କହିଥିଲେ । କିନ୍ତୁ ଯାହା ଚାଲିଛି ତାହା ଜାରି ରହୁ ବୋଲି ସ୍ବାମୀ ଓ ଶାଶୁ କହିଥିବା ପୀଡିତା ଅଭିଯୋଗ କରିଛନ୍ତି । କିଛି ଦିନ ପରେ ବିବାହିତା ମହିଳା ତାଙ୍କ ଘରକୁ ଯାଇଥିଲେ । ଅଭିଯୁକ୍ତ ଯାଆଁଳା ଭାଇ ଯେତେବେଳେ ପୀଡିତାଙ୍କୁ ଫୋନ ଯୋଗେ ଘରକୁ ଆସିବାକୁ କହିଥିଲା ସେତେବେଳେ ସେ ଯିବାକୁ ମନା କରିଥିଲେ ।

ଶାଶୁ ଘରକୁ ନି ଯିବାର କାରଣ ସମ୍ପର୍କରେ ପୀଡିତାଙ୍କ ପରିବାର ପଚାରିବା ପରେ ସେମାନେ ପୁରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।ଏହାପରେ ସେମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୮, ୩୨୩, ୫୦୬ ଓ ୨୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ସହ ଚାଞ୍ଚଲ୍ୟ ଖେଳି ଯାଇଛି |

Related Posts