ବିହାର ରାଜନୀତି; ନୀତିଶ କୁମାରଙ୍କୁ କଡା ସମାଲୋଚନା କରିବା ସହ ରାଜ୍ୟରେ ସାନି ନିର୍ବାଚନ ଦାବି କଲେ ଚିରାଗ ପାସୱାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାସୱାନ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନୀତୀଶ ଦ୍ବିତୀୟ ଥର ପାଇଁ ଜନମତକୁ ଅସମ୍ମାନ କରିଛନ୍ତି ବୋଲି ଚିରାଗ କହିଛନ୍ତି ଏବଂ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସେ ଦାବି କରିଛନ୍ତି। ବି‌ଜେପିକୁ ସମର୍ଥନ କରି ଚିରାଗ କହିଛନ୍ତି, ନୀତୀଶ କୁମାର ଯାହା ଚାହିଥିଲେ ବିଜେପି ସେଥିରେ ହଁ ମାରିଥିଲା।ଏପରିକି ବିଜେପି ନିଜ ନୀତିରେ ସାଲିସ କରି ନୀତୀଶଙ୍କୁ ସମର୍ଥନ କରିଥିଲା। କିନ୍ତୁ ନୀତୀଶ ପୁଣିଥରେ ଜନମତକୁ ଅସମ୍ମାନ କରିଛନ୍ତି। ନୀତୀଶ ବିଶ୍ବସନୀୟତା ହରାଇଛନ୍ତି। ବିହାରରେ ରାଷ୍ଟ୍ରପତି ଶାସନ ପାଇଁ ଚିରାଗ ଦାବି କରିଛନ୍ତି। ଏଥିସହ ରାଜ୍ୟରେ ସଦ୍ୟ ନିର୍ବାଚନ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ରଜ୍ୟୋଳଙ୍କୁ ଭେଟି ଇସ୍ତଫା ଦେଇଥିଲେ ଓ ପରେ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ଵୀ ଯାଦବ ଙ୍କୁ ଭେଟିଥିଲେ, ଏହାପରେ ତେଜସ୍ଵୀ ତାଙ୍କୁ ସମର୍ଥନ ଦେବାପରେ ସେ କଂଗ୍ରେସ ଓ ବାମ ଦଳର ମଧ୍ୟ ସମର୍ଥନ ହାସଲ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ପୁଣିଥରେ ଭେଟି ନୂତନ ସରକାର ଗଢ଼ିବାକୁ ଦାବି ଜଣାଇଥିଲେ ନୀତିଶ। ଏହି କ୍ରମରେ ମିଳିଥିବା ସୂଚନା ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତିଶ କୁମାର । ତେବେ ନିଜ ରାଜନୈତିକ କ୍ୟାରିୟରରେ ସବୁବେଳେ ସହଯୋଗୀ ବଦଳାଉଥିବା ନୀତିଶ ପୁଣି ଥରେ ଗୋଟିଏ ମେଣ୍ଟ ରୁ ଆସି ଆଉ ଏକ ମେଣ୍ଟ ରେ ସାମିଲ ହେବାକୁ କଡା ସମାଲୋଚନା କରିଛନ୍ତି ଏଲ୍‌ଜେପି ନେତା ଚିରାଗ ପାସୱାନ।

Related Posts