
ସତ୍ୟପାଠ ବ୍ୟୁରୋ : କରୋନା ମୁକାବିଲା ଲାଗି ଜାରି ହୋଇଥିବା ଲକ୍ ଡାଉନ୍ କଟକଣାକୁ କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ମଇ ୪ତାରିଖରୁ ଏହା ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ମଇ ତିନି ତାରିଖରେ ସରିବାକୁ ଯାଉଥିବାବେଳେ ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏଭଳି ବୃଦ୍ଧି କରିଛନ୍ତି । ତେବେ ଲକ୍ ଡାଉନ୍ ଅବଧି ବଢାଇବା ସହିତ ଏଥିରେ କେତେକ ସର୍ତ୍ତମୂଳକ କୋହଳ ବ୍ୟବସ୍ଥା କରାଯାଇଛି ।
ଗ୍ରିନ୍ ଜୋନରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ବସ୍ରେ ୫୦ ପ୍ରତିଶତ ସିଟ୍ରେ ଯାତ୍ରୀ ପରିବହନ ହେବ । ସେହିଭଳି ବସ୍ ଡିପୋ ଗୁଡିକ ମଧ୍ୟ ୫୦ ପ୍ରତିଶତ କାର୍ଯ୍ୟ କରିବାକୁ କୁହାଯାଇଛି । ଅରେଞ୍ଜ ଜୋନ୍ରେ ଟ୍ୟାକ୍ସି ଓ କ୍ୟାବ୍ ଚଳାଚଳ ପାଇଁ ଅନୁମତି ମିଳିବ । ଏଥବରେ ଜଣେ ଚାଳକ ଓ ଜଣେ ଯାତ୍ରୀ ଯିବେ । ଆନ୍ତଃ ରାଜ୍ୟ ଟ୍ୟାକ୍ସି ପରିବହନ ପାଇଁ ପୂର୍ବଭଳି ଅନୁମତି ଆଣିବାକୁ ହେବ । ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସହିତ ସର୍ବାଧିକ ଦୁଇଜଣ ଯାତ୍ରୀ ଓ ଦୁଇ ଚକିଆରେ ଦୁଇଜଣ ଯାଇପାରିବେ ।
ଦେଶରେ ଘୋଷିତ ହୋଇଥିବା ରେଡ୍ ଜୋନ୍ ଗୁଡିକରେ ପୂର୍ବଭଳି କଡାକଟଣା ଜାରି ରହିବ । ଅରେଞ୍ଜ ଓ ଗ୍ରିନ୍ ଯୋଜନାରେ ଲୋକଙ୍କ ପାଇଁ କଟକଣା କୋହଳ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି । ତେବେ ପୂର୍ବଭଳି ବିମାନ, ରେଳ, ଶିକ୍ଷାନୁଷ୍ଠାନ, ହୋଟେଲ, ସିନେମାହଲ, କୋଚିଂସେଣ୍ଟର ସାଲୁନ୍, ସ୍ପା, ଧର୍ମାନୁଷ୍ଠାନ ଆଦି ବନ୍ଦ ରହିବ ।
ଏଠାରେ ଉଲ୍ଲେଖନୀୟ ଦେଶରେ କରୋନାର ସ୍ଥିତି ଲକ୍ ଡାଉନ୍ ବୃଦ୍ଧି ନେି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିବେଳେ କେତେକ ରାଜ୍ୟ ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ମତ ରଖିଥିଲେ । ତେଲେଙ୍ଗାନା ପକ୍ଷରୁ ଆଗତୁରା ଭାବେ ମଇ ୭ ତାରିକ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢାଇ ଦିଆଯାଇଥିବାବେଳେ ପଞ୍ଜାବରେ କର୍ଫ୍ୟୁ ବଳବତ୍ତର ରହିଛି । ନୂଆଦିଲ୍ଲୀ