ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନା ଦଳ ବିଧାନ ଭବନରେ ବିଧାନସଭାରେ ଶିବସେନା ପାର୍ଟି କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି। ଯାହାକୁ ନେଇ ସାରା ଦେଶର ରାଜନୀତିକ ମାହୋଲ ବେଶ୍ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଏନେଇ ମୁହଁ ଖୋଲିଛନ୍ତି ଆଦିତ୍ୟ ଠାକରେ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବିରର କିଛି ଶିବସେନା ବିଧାୟକଙ୍କୁ ବନ୍ଧକ ରଖାଯାଇଥିଲା। ସେ କହିଛନ୍ତି, ବିଧାନସଭାରେ ପାର୍ଟି ଅଫିସ ବନ୍ଦ କରାଯାଇଛି ଏବଂ ଆମ ପାଖରେ ଚାବି ଅଛି।

ଆମକୁ ଏକାଠି ଘରକୁ ଯିବାକୁ ପଡିବ। ସେମାନେ ଆମର କିଛି ବିଧାୟକଙ୍କୁ ବନ୍ଧକ ରଖିଛନ୍ତି।ଯଦି ଆମେ ଅଫିସ ବନ୍ଦ କରିଥାଉ ତେବେ ବଡ କଥା କଣ? ବୋଲି ସେ ପ୍ରଶ୍ନ କରିଛନ୍ତି। ଶକ୍ତି ପରୀକ୍ଷା ପୂର୍ବରୁ ବିଧାୟକଙ୍କ ପାଇଁ ନୈତିକତାର ପରୀକ୍ଷା ହେବ ବୋଲି ଆଦିତ୍ୟ ଠାକରେ କହିଛନ୍ତି। ଶିବସେନା ଏକ ହ୍ବିପ ଜାରି କରଛି। କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଆସନ୍ତା ସମୟରେ ଜଣା ପଡିବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।