ୱାଇଏସଆର କଂଗ୍ରେସ ଉପବାଚସ୍ପତି ପଦ !

ସତ୍ୟପାଠ ବ୍ୟୁରୋ : ଲୋକସଭା ଉପବାଚସ୍ପତି ପଦ ପାଇଁ ୱାଇଏସଆର କଂଗ୍ରେସକୁ ଅଫର ଦେଇଛି ବିଜେପି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଜୋର ଧରିଛି । ବିଜେପି ସାଂସଦ ଜିଭିଏଲ ନରସିଂହା ରାଓ ଏ ପ୍ରସଙ୍ଗରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।

ପ୍ରଥମେ ଉଭୟଙ୍କ ସାକ୍ଷାତକୁ ସୌଜନ୍ୟମୂଳକ ବୋଲି କୁହାଯାଉଥିବା ବେଳେ ପରେ ଜିଭିଏଲ ବିଜେପି ତରଫରୁ ପ୍ରତିନିଧୀ ଭାବେ ଭେଟିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଗନ ଏନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି । ଏନେଇ ବିଚାରବିମର୍ଷ କରି ନିଷ୍ପତି ଶୁଣାଇବାକୁ ସେ ସମୟ ମାଗିଥିବା କୁହାଯାଉଛି ।

ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହତାବଙ୍କୁ ଭେଟି ଉପ-ବାଚସ୍ପତି ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲେ ବି ଏହାକୁ ଶିବସେନା ବିରୋଧ କରିଥିଲା ।

Related Posts