୧୭ କିମ୍ବା ୧୮ରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ବାଣିଜ୍ୟ ରେଜଲ୍ଟ। ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନ ଦେଇଛନ୍ତି।

ଜୁନ୍ ତାରିଖରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା।୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିଲା।

ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ ହଜାର ୭୦୬ଜଣ ଛାତ୍ରଛାତ୍ରୀ ପାସ୍କରିଛନ୍ତି।

ଚଳିତ ବର୍ଷ ପାସ୍ହାର ୭୨.୩୩ ପ୍ରତିଶତ ରହିଛି। ଯାହା ଗତବର୍ଷ ତୁଳନାରେ .୬୫% କମ୍।

Related Posts