ସୈତାନ ପ୍ରେମିକ: ପ୍ରଥମେ ସ୍ତ୍ରୀ ପରେ ପ୍ରେମିକାକୁ କଲା ହତ୍ୟା

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ଏକ ହତ୍ୟାକାରୀ ପ୍ରେମିକକୁ ବିରଫ କରିଛି । ପ୍ରଥମେ ସ୍ତ୍ରୀ କୁ ହତ୍ୟା କରି ଜେଲ୍ ଦଣ୍ଡ ଭୋଗି କି ଫେରିଥିବା ଅଭିଯୁକ୍ତ ଏବେ ପୁଣି ଆଉ ଏକ ହତ୍ୟାକାଣ୍ଡ ହରାଇଛି । ଗତ ୧୫ ତାରିଖ ଦିନ ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପଙ୍କଜ ଦିଗାଲକୁ ରାଇକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ଜଣେ ଯୁବକ ପଙ୍କଜ ଓ ଜନୈକା ଯୁବତୀଙ୍କ ମଧ୍ୟରେ ମୋବାଇଲ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଯୁବତୀଙ୍କ ନିର୍ବନ୍ଧ ହୋଇଯିବା ଜାଣିପାରି ପଙ୍କଜ ତାକୁ ୧୩ ତାରିଖ ଦିନ ମୋବାଇଲରେ ଯୋଗାଯୋଗ କରିଥିଲେ । ୧୪ ତାରିଖ ଦିନ ପଙ୍କଜ ତାଙ୍କୁ ବୁଲିଯିବାକୁ କହିଥିଲା । ଗତ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ଯୁବତୀ ବାପାଙ୍କୁ ଫୁଲବାଣୀ ଯିବାକୁ କହି ଘରୁ ଆସିବା ପରେ ପଙ୍କଜଙ୍କ ସହ ମଣ୍ଡାସାରୁ ଓ ଦାରିଙ୍ଗବାଡି ବୁଲିବାକୁ ଯାଇଥିଲେ । ଯୁବତୀ ଜଣଙ୍କ ବାପାଙ୍କୁ ଫେରିବାରେ ବିଳମ୍ବ ହେବା କହି ମୋବାଇଲ ସୁଇଚ୍ ଅଫ୍ କରିଦେଇଥିଲେ । ପରେ ପଙ୍କଜ ତାଙ୍କୁ ସେଠାରେ ଦୁଷ୍କର୍ମ କରିବା ପରେ ପଥର ଛେଚି ହତ୍ୟା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲା ।

ପଙ୍କଜ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିବା ଅପରାଧରେ ୭ବର୍ଷ ସଜା କାଟିଥିବା ସୂଚନା ମିଳିଛି । ଏନେଇ ଥାନାରେ କେସ୍ ନଂ ୭୩/୨୨ ଦଫା ୩୦୨ ଆଇପିସିରେ ଗିରଫ କରି ତଦନ୍ତ ଅଧିକାରୀ ଶାନ୍ତନୁ ପ୍ରଧାନ କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ଡ. ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related Posts