ରାଷ୍ଟ୍ରପତି ନିର୍ବାଚନ : ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଉଛି ଭୋଟ୍ ଗ୍ରହଣ ପକ୍ରିୟା । ଏନେଇ ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟ୍ ଦେଇଛନ୍ତି । ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ବିଧାୟକମାନେ ଭୋଟ୍‌ ଦେଉଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଭୋଟ୍‌ ଦେଇଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଦେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ତାଙ୍କର ମତଦାନ କରିଛନ୍ତି ।

ଆଗାମୀ ୨୧ ତାରିଖ ଦିନ ସଂସଦ ଭବନରେ ଭୋଟ୍‌ ଗଣତି ହେବ ଏବଂ ନୂଆ ରାଷ୍ଟ୍ରପତି ୨୫ ଜୁଲାଇରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେବ । ଏନ୍‌ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଘୋଷଣା କରିସାରିଛନ୍ତି । ଆଦିବାସୀ ନେତ୍ରୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବିଜେଡି, ୱାଇଏସ୍‌ଆର୍‌-ସିପି, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଡିପି, ଜେଡିଏସ୍‌, ଶିରୋମଣି ଅକାଳି ଦଳ ଏବଂ ଶିବ ସେନା ପକ୍ଷରୁ ଘୋଷଣା କରାଯାଇଛି । ତୃଣମୂଳ କଂ‌ଗ୍ରେସ ନେତା ଯ‌ଶବନ୍ତ ବିରୋଧୀ ଦଳର ପ୍ରାର୍ଥୀ ହୋଇଥିଲେ ମଧ୍ୟ ସବୁ ବିରୋଧୀ ଦଳ ତାଙ୍କୁ ସମର୍ଥନ କରୁ ନାହାନ୍ତି ।

ଅନ୍ୟପଟେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି । ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଜୁଲାଇ ୨୧ରେ ଭୋଟ୍ ଗଣତି ହେବ । ସେହିପରି ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ତେବେ ଏହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଛି ।

Related Posts