ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ଦଲଜିତ ସିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରମୁଖ ଡାକ୍ତର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ସେନାର ଚିକିତ୍ସା ସେବା ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ଦଲଜିତ ସିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରମୁଖ ଡାକ୍ତର ଭାବେ ନିଯୁକ୍ତ । ଏନେଇ ଭାରତୀୟ ସେନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଶିଷ୍ଟ ସେବା ପଦକ ବିଜେତା ଲେଫ୍ଟନାଣ୍ଟ ଜେନେରାଲ 17 ଡିସେମ୍ବର 1983 ରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ । ଜାତୀୟ ବୋର୍ଡ ଅଫ ଏକ୍ସାମସରୁ ଡିଏନବି (ପେଡିଆଟ୍ରିକ୍ସ) ଏମଡି କରିଥିବା ବେଳେ, ଡିଏମ ନିଓନାଟୋଲୋଜି ଡିଗ୍ରୀ ଚଣ୍ଡିଗଡ ପିଜିଆଇଏମଆଇଆରରୁ ହାସଲ କରିଥିଲେ ।ଲେଫ୍ଟନାଣ୍ଟ ଜେନେରାଲ ଦଲଜିତ ସିଂ ବର୍ତ୍ତମାନ ଶିଶୁ ରୋଗ ବିଶେଷଜ୍ଞ ସହ ଶସସ୍ତ୍ର ବଳ ଚିକିତ୍ସା ସେବାର ବରିଷ୍ଠ ଚିକିତ୍ସକ ଭାବେ କାର୍ଯ୍ୟ କରୁଛନ୍ତି । ଏହାବାଦ ଦଲଜିତ ସିଂ ଚଣ୍ଡିଗଡ ପିଜିଆଇଏମଆଇଆରରେ ନିଓନାଟୋଲୋଜି ବିଭାଗର ଏମଡି ଅଛନ୍ତି । ଭାରତୀୟ ବାୟୁସେନାରେ ଦୀର୍ଘ 38 ବର୍ଷ ଧରି ସେବା ଦେଉଥିବା ଲେଫ୍ଟନାଣ୍ଟ ଜେନେରାଲ ଡାକ୍ତର ଦଲଜିତ ସିଂ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଡାକ୍ତର ଭାବେ ଦାୟିତ୍ବ ତୁଳାଇବେ ।

Related Posts