ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ସତ୍ୟପାଠ ବ୍ୟୁରୋ : ଦୀର୍ଘ ପ୍ରତିକ୍ଷାର ଅନ୍ତ ହୋଇଛି । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୨ । ସକାଳ ୯ଟା ୨ରେ ଚନ୍ଦ୍ରପୃଷ୍ଠର କକ୍ଷପଥରେ ଚନ୍ଦ୍ରଯାନ ପ୍ରବେଶ କରିବା ପରେ ପରିକ୍ରମା ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ଖବର ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତଥା ସମଗ୍ର ଦେଶ ପାଇଁ ଖୁସିଖବର ହୋଇଛି ।

ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର କକ୍ଷପଥରେ ପହଞ୍ଚିବା ପରେ ଇସ୍ରୋ ପୃଷ୍ଠ ଭିତରେ ସ୍ପେସକ୍ରାଫ୍ଟରେ ୪ ଥର (ଅଗଷ୍ଟ ୨୧, ୨୮ ଓ ୩୦ ଏବଂ ସେପ୍ଟେମ୍ବର ୧) ପରିକ୍ରମା କରିବ । ଏହା ପରେ ଲ୍ୟାଣ୍ଡର ଗ୍ରୋଭର ଚନ୍ଦ୍ରଯାନଠାରୁ ଅଲଗା ହେବ । ଏହା ପରେ ଚନ୍ଦ୍ରର ଧୃବ ଉପର ଦେଇ ୧୦୦ କିଲେମିଟର ଦୂର ନିଜର ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଂଚିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

Related Posts