ବେଆଇନ ଭାବେ ବିଲ କରିବାକୁ ଚାପ ପଡୁଥିଲା

ସତ୍ୟପାଠ ବ୍ୟୁରୋ : ବେଆଇନ ଭାବେ ଇନ୍ଦିରାଆବାସ କରାଇ ଦେବାକୁ ମନା କରିବାରୁ ଭିଏଲଡବ୍ଲ୍ୟଙ୍କୁ ଆକ୍ରମଣ ଅଭିଯୋଗ । ଘଟଣାଟି ଘଟିଛି କେନ୍ଦ୍ରାପଡା ଗୋଲରହାଟ ପଂଚାୟତରେ । ଆକ୍ରମଣରେ ଗୁରୁତର ଭିଏଲଡବ୍ଲ୍ୟୁ ନିହାର ରଂଜନ ଥାଟୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଅଭିଯୋଗ ମୁତାବକ, ଗୋଲରହାଟ ପଂଚାୟତର ଜନୈକ ବ୍ୟକ୍ତି ବେଆଇନ ଭାବେ ଇନ୍ଦିରା ଆବାସ ପାଇଁ ଦୁଇଥର ବିଲ କରିବାକୁ ନିହାରଙ୍କ ଉପରେ ଚାପ ପକାଇଥିଲେ । କିନ୍ତୁ ନିହାର ତାହା କରି ନଥିଲେ । ଏହାକୁ ନେଇ ନିହାରଙ୍କ ଉପରେ ରାଗ ରଖିଥିଲେ ସଂପୃକ୍ତ ବ୍ୟକ୍ତି । ନିହାର ଅଫିସ କାମ ସାରି ଘରକୁ ଫେରୁଥିବା ବେଳେ ସଂପୃକ୍ତ ବ୍ୟକ୍ତି ଛତା ଛକ ନିକଟରେ ନିହାରଙ୍କ ଉପରେ ଆକ୍ରମଣ କରିଥିଲା । ଏନେଇ ଡେରାବିଶ ବ୍ଲକ ବିଡିଓ ସଦର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରିଛି ।

Related Posts