ମା’ ରାଣ, ମୋର ସତ ସତିକିଆ ସ୍ୱାମୀ ଅଛି; ରାଖୀ ସାୱନ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୋସିଆଲମିଡ଼ିଆ ହେଉ କି ଟେଲିଭିଜନର ରିୟାଲିଟି ସୋ ସବୁବେଳେ ଚର୍ଚାରେ ରହିବା ପାଇଁ ଭଲପାନ୍ତି ରାଖୀ ସାୱନ୍ତ। ରାଖୀ ସର୍ବଦା ହେଡଲାଇନ୍ ହାସଲ କରିବାରେ ଚଳଚିତ୍ର ଦୁନିଆର ସଫଳ ଅଭିନେତ୍ରୀ। ତାଙ୍କୁ ନିକଟରେ ବିଗ୍ ବସ୍ ସିଜନ୍ ୧୪ରେ ଦେଖିବାକୁ ମିଳିଥିଲା ​​ଏବଂ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ।ସେ ମଧ୍ୟ୍ୟ ଇଣ୍ଟର୍ଟେନମେଣ୍ଟ ଟାଇଟେଲ ଜିତିଛନ୍ତି। ରାଖୀ ତାଙ୍କ ବିବାହକୁ ନେଇ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ରାଖୀ ଗୁପ୍ତରେ ବିବାହ କରିଥିଲେ ଏବଂ ସର୍ବସାଧାରଣରେ ତାଙ୍କ ସ୍ୱାମୀଙ୍କ ଚେହେରା କେହି ଦେଖି ନାହାନ୍ତି।ତାଙ୍କ ସ୍ୱାମୀଙ୍କ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲୁଥିବା ବେଳେ , କିନ୍ତୁ ଅଭିନେତ୍ରୀ ରାଖୀ କେବେବି କିଛି ସ୍ପଷ୍ଟ କରିନାହାନ୍ତି। ରାଖୀ ଗୁପ୍ତରେ ବିବାହ କରିଥିଲେ ଏବଂ ସର୍ବସାଧାରଣରେ ତାଙ୍କ ସ୍ୱାମୀଙ୍କ ଚେହେରା ଦେଖାଇ ନାହାନ୍ତି।ପ୍ରକାଶ ଥାଉକି, ନିକଟରେ ସେ ଏ ବିଷୟରେ କହିଛନ୍ତି “ମା’ ରାଣ, ମୋର ସତ ସତିକିଆ ସ୍ୱାମୀ ଅଛି ଏବଂ ମୁଁ ବିବାହ କରିଥିଲି, ମୁଁ କେବେ ମିଛ କହିନାହିଁ। ମୋର ବିବାହ କେଉଁଠାରେ ଏବଂ କେଉଁ ପର୍ଯ୍ୟାୟରେ ମୁଁ ଜାଣେ ନାହିଁ | ମୁଁ ଜାଣେ ନାହିଁ ମୁଁ ମୋ ସ୍ୱାମୀଙ୍କ ସହ ରହିବାକୁ ଯାଉଛି କି ନାହିଁ” ବୋଲି କହିଛନ୍ତି । ଏହି ସମୟରେ ଅଭିନେତ୍ରୀ ରାଖୀ ଏହା ମଧ୍ୟ କହିଛନ୍ତି ଯେ ସେ ଅନେକ ରିଅଲିଟି ସୋ ଅଫର ଗ୍ରହଣ କରୁଛନ୍ତି। ନିକଟରେ ତାଙ୍କ ମାଙ୍କର ଅସ୍ତ୍ରୋପଚାର କରାଯାଇଛି। ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଅଭିନେତା ସଲମାନ ଖାନ ଚିକିତ୍ସାରେ ସାହାଯ୍ୟ କରିଥିବାରୁ ରାଖୀ ଧନ୍ୟବାଦ ଦେଇଥିଲେ।

Related Posts